ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ ବୈଠକ

କୋଣାର୍କ ୦୭/୧୨ (ଓଡ଼ିଆ ପୁଅ) – କୋଣାର୍କ ତ୍ରବେଣୀଶ୍ୱର ମନ୍ଦିର ପରିସରରେ ପୁରୀ ଜିଲ୍ଲା ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ସଭାପତି ଶ୍ରୀ ବିଷ୍ଣୁ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାର ୧୧ଟି ବ୍ଳକ୍ ମଧ୍ୟରୁ ୮ଟି ବ୍ଳକ୍ର କର୍ମକର୍ତାମାନେ ଉପସ୍ଥିତ ଥିଲେ। ପ୍ରାଥମିକ ଶିକ୍ଷକମାନଙ୍କୁ ଟ୨୮୦୦/- ଗ୍ରେଡ୍ ପେ ହିସାବରେ ତା୦୧.୦୧.୨୦୧୬ରିଖ ଠାରୁ ଦରମା ପ୍ରଦାନ କରିବା ପାଇଁ ସରକାରୀ ଘୋଷଣା ବିଳମ୍ବିତ ହେଉଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବିଷୟରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କୁ ଭେଟି ଅବଗତ କରାଇ ଖୁବ୍ ଶିଘ୍ର ସରକାରୀ ଘୋଷଣାନାମା ପ୍ରକାଶ କରାଇବା ପାଇଁ ନିଷ୍ପତି କରାଯାଇଥିଲାା ସୂଚନା ଯୋଗ୍ୟ ଜିଲ୍ଲା ସଂଘର ପୂର୍ବତନ ସଂପାଦକ ଶ୍ରୀ ବ୍ରହ୍ମାନନ୍ଦ ମହାରଣା ଓ କୋଷାଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ନାୟକଙ୍କ ବିଶୃଙ୍ଖଳିତ ଓ ସଂଗଠନ ବିରୋଧି କାର୍ଯ୍ୟ ପାଇଁ ସେ ଦୁଇ ଜଣଙ୍କୁ ଜିଲ୍ଲା ସଂଘରୁ ଆଜିର ବୈଠକରେ ସର୍ବସମ୍ମତି କ୍ରମେ ସେମାନଙ୍କ ପଦବୀରୁ ବହିଷ୍କାର କରାଯିବା ସହିତ ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସଂପାଦକ ଦାୟୀତ୍ୱ ତୁଲାଇବା ପାଇଁ ଆଜିର ବୈଠକରେ ନିଷ୍ପତି ଗ୍ରହଣ କରାଗଲାା ଯଦି ସରକାର ଜାନୁୟାରୀ ୩୧ ତାରିଖ ସୁଦ୍ଧା ଦାବି ପୁରଣ ନକରନ୍ତି ତାହାଲେ ଫେବୃୟାରୀ ୧ ତାରିଖରୁ ଭୁବନେଶ୍ୱରରେ ଅନର୍ଦ୍ଧିଷ୍ଟକାଳ ପାଇଁ ଆନ୍ଦୋଳନ ଚାଲିବ ଏବଂ ସୃଷ୍ଟ ପରିସ୍ଥିତ ପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ତରଫରୁ ତ୍ରିଲୋଚନ ବେହେରା, ଅମୂଲ୍ୟ କୁମାର ପଣ୍ଡା, ବିଷ୍ଣୁ ଚରଣ ଭୋଳ, ହୃଦାନନ୍ଦ ଶାସମଲ, ସୁକାନ୍ତ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ବରାଳ, ଲକ୍ଷ୍ମୀଧର ସାହୁ, ଜୟପ୍ରକାଶ ପ୍ରଧାନ, ବସନ୍ତ କୁମାର ଦାଶ, ଅଭିମନ୍ୟୁ ପ୍ରଧାନ, ମିହିର କୁମାର ମିଶ୍ର, ରାଧାଶ୍ୟାମ ପଟ୍ଟନାୟକ, ତ୍ରିନାଥ ବିଶ୍ୱାଳ, ଦୁଃଶାସନ ସ୍ୱାଇଁ, ପବିତ୍ର ଭୋଇ, ନିରଞ୍ଜନ ବେହେରା, ଅରୁଣକାନ୍ତ ବେହେରା, ଲକ୍ଷ୍ମୀଧର ସାହୁ ଓ ରାଜ୍ୟ ସଂଘର କର୍ମକର୍ତା ବିକ୍ରମ ରଥ, ମହେନ୍ଦ୍ର ମିଶ୍ର ଓ ପବିତ୍ର ଜେନା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *