ଓଡ଼ିଶା

ପୁରୀ ଜିଲ୍ଲାରେ ୨୪୦ ପଦବୀ ଡାକ୍ତର ଥିବା ବେଳେ ମାତ୍ର ୧୧୭ଜଣ ଡାକ୍ତର ଅଛନ୍ତି

ପୁରୀ:୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲାରେ ଡାକ୍ତର ମରୁଡି ଦେଖାଦେଇଛି। ଜିଲ୍ଲାରେ ଅଧାରୁ ଅଧିକ ପାଖାପାଖି ୫୫ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ୨୪୦ପଦବୀ ଥିବା ବେଳେ ୧୧୭ଜଣ ଡାକ୍ତର କାମ କରୁଛନ୍ତି। ଅର୍ଥାତ୍ ୧୨୩ଡାକ୍ତର ପଦବୀ ପୂରଣ ହୋଇପାରୁନାହିଁ। ଏହାକୁ ନେଇ ଜିଲ୍ଲା ଡେଭଲପ୍ମେଣ୍ଟ ଆଣ୍ଡ କୋଡିନେସନ୍ ମନିଟେରିଂ କମିଟି ଦିଶା ବୈଠକରେ ଉଦ୍ବେଗ ପ୍ରକାଶ ହୋଇଥିଲା। ସାଂସଦ ପିନାକୀ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ଏହାର କାର୍ଯ୍ୟକାରୀତାର ସମୀକ୍ଷା ସହିତ ସ୍ୱାସ୍ଥ୍ୟସେବାକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏନ୍ଏଚ୍ଏମ୍ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଧ୍ୟାନ ଖର୍ଚ୍ଚରେ ମଧ୍ୟ ପୁରୀ ଜିଲ୍ଲାରେ ଢ଼େର ପଛରେ ରହିଥିବା ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ସେହିପରି ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପାଇଁ ମିଳିଥିବା ୮୯ଲକ୍ଷରୁ ମାତ୍ର ୨୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରୋଗ ନିରାକରଣ ଓ ଅନ୍ୟାନ୍ୟ ଖର୍ଚ୍ଚରେ ମଧ୍ୟ ନୈରାଶ୍ୟ ଜନକ ସ୍ଥିତି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମଧ୍ୟ ଜିଲ୍ଲା ସେତେଟା ସଫଳ ହୋଇପାରିନାହିଁ। ପୁରୀ ଡିଭିଜନ ଅଧୀନରେ ୪୦୪ଟି ରାସ୍ତାରୁ ମାତ୍ର ୩୪୪ ରାସ୍ତା ନିର୍ମାଣ ସରିଛି। ଏବେ ୮ଟି ରାସ୍ତା ନିର୍ମାଣ ବିଭିନ୍ନ କାରଣରୁ ବନ୍ଦ ରହିଛି। ନିମାପଡା ଡିଭିଜନରେ ମଧ୍ୟ ୨୪୦ରୁ ୨୨୮ ରାସ୍ତା ନନିର୍ମାଣ କରାଯାଇଛି। ସେହିପରି ଆଇସିଡିଏସ୍ ଯୋଜନାରେ ଅଙ୍ଗନବାଡି ଗୃହ ନିର୍ମାଣ ମଧ୍ୟ ନୈରାଶ୍ୟଜନକ ସ୍ଥିତିରେ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୪୫ ଅଙ୍ଗନବାଡି କେନ୍ଦ୍ର ଲକ୍ଷ ଧାର୍ଯ୍ୟ ଥିବା ବେଳେ ମାତ୍ର ୫୧ଟି ଅଙ୍ଗନବାଡି କେନ୍ଦ୍ରର ଗୃହନିର୍ମାଣ କାର୍ଯ୍ୟ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ବୀମାଯୋଜନାରେ ପୁରୀ ଜିଲ୍ଲା ଆଗରେ ରହିଛି। ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ୧ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ କରିବାକୁ ଯୋଜନା ଥିବା ବେଳେ ୭୨୩୬୦ଜଣ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ପୁରୀ ପଛରେ ରହିଛି। ପୁରୀ ପୌରାଞ୍ଚଳରେ ୬୫୨ଟି ଘରରୁ ମାତ୍ର ୧୯୨ଟି ଘର ନିର୍ମାଣ ସରିଛି। ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଗତ୍ସିଂହପୁର ସାଂସଦ କୂଳମଣି ସାମଲ, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଜିଳ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ପିଡି ଉଦ୍ଧବ ଚନ୍ଦ୍ର ମାଝୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ଓ ଏପିଡି ପ୍ରସନ୍ନ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top