ପୁରୀ କ୍ଲବ ପ୍ରତିଷ୍ଠା ଦିବସ

ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀ କ୍ଲବର ୯୦ ତମ ପ୍ରତିଷ୍ଠା ଦିବସ ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଅତିରିକ୍ତ ଶାସନ ସଚିବ ତଥା ରାଜସ୍ୱ ସଦସ୍ୟ ବିପିନ କୁମାର ସକସେନା ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କ୍ଲବର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ ପ୍ରତ୍ୟେକ ସଦସ୍ୟଙ୍କର କ୍ଳବ ପ୍ରତି ଯୋଗଦାନ ରହିବା ଦରକାର। ଆନ୍ତରିକ ଶୃଙ୍ଖଳା ବଜାୟ ରଖିବା ସଦସ୍ୟ ମାନଙ୍କ ପ୍ରମୁଖ କର୍ତବ୍ୟ ନିର୍ବାଚନ କରାଯିବ ବୋଲି ସେ ସୂଚନା ନେବାସହ ନୂଆ କର୍ମକର୍ତାଙ୍କ ଉଦ୍ଦେଶ୍ୟର କ୍ଲବର କାର୍ଯ୍ୟଧାରା ତ୍ୱରାନିତ୍ୱ ହେବ ବୋଲି ଆଶବ୍ୟକ୍ତ କରିଥିଲେ। କ୍ଲବର ଚେୟାର ମ୍ୟାନ ତଥା ଏସ ପି ଡଃ ସାର୍ଥକ ଷଢଙ୍ଗୀ ପ୍ରତ୍ୟେକ ସଦସ୍ୟ କ୍ଲବର ଶୃଙ୍ଖଳା ଓ ନିୟମାବଳୁ ଭାବେ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ। ସୁରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସଂପାଦକ ରାଜକିଶୋର ପାତ୍ର ବିବରଣୀ ପାଠ କରିଥିଲେ। ଏହି ଅବସରରେ ନରେନ୍ଦ୍ର ପାତ୍ର, ଡାଃ ରବିନାରୟଣ ବେହେରା ଓ ଦ୍ୱିଲ୍ଲିପ ପରିଡାଙ୍କୁ ସାମ୍ବର୍ଦ୍ଧିତ କରାଯିବା ସହ ଅତିଥୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଯେ, ଏକ ସର୍ବପୁରାତନ କ୍ଲବ ଭାବେ ଯୋଗେ ଦେଇଥିଲେ। ଶ୍ରୀକ୍ଷେତ୍ର ସଂସ୍କୃତି ସମ୍ମାନ ଜଣାଇ ଏହି କ୍ଲବ ପରିଚାଳିତ ହେବା ଦରକାର। ପ୍ରତ୍ୟେକ ଚିତବିନୋଦନ ପାଇଁ ପରିବାର ସହ ଏଠାରେ ସାମିଲ ହେବା ଆବଶ୍ୟକ। ଜଗନ୍ନାଥଙ୍କ ଆପାର କରୁଣାରୁ କ୍ଲବର ଉତରତୋର ଉନ୍ନତି ହେବ ବୋଲି ସେ କାମନା କରିଥିଲେ।କ୍ଲବର ଉପାଧ୍ୟକ ବିଶ୍ୱରାଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave a Reply

Your email address will not be published. Required fields are marked *