ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ସଚେତନ ନାଗରିକ ମଂଚ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗଣଧାରଣା ମାଧ୍ୟମରେ ଜବାବ ମାଗିଲା ସଚେତନ ନାଗରିକ ମଂଚ।ଏ ସଂପର୍କରେ ୧୩ ଦଫା ଦାବିରେ ମଂଚ ପକ୍ଷରୁ ରବିବାର ପୂର୍ବାହ୍ନରେ ଗାନ୍ଧୀସ୍ମୃତିପୀଠ ପରିସରରେ ଗଣଧାରଣା ଦିଆଯିବା ସହ ଅନଶନ କରାଯାଇଥିଲା। ବିଗତ ୫ ବର୍ଷ ମଧ୍ୟରେ ପୁରୀର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଆସିଥିବା ବେଳେ ଏହି ଟଙ୍କାର ବିକାଶ ବଦଳରେ କେବଳ ବିନାଶ ହୋଇଛି ବୋଲି ଅଭିଯୋଗ କରିଛି ମଧ୍ୟ ଠିକାଦାର, କର୍ମୀ ଓ ଅଫିସର ମାନେ ଭାଗବାଂଟି ଏହାକୁ ହଡପ କରିଛନ୍ତି ବୋଲି ସଂଚ ପକ୍ଷରୁ ଗାନ୍ଧୀସ୍ମୃତି ପୀଠ ପରିସରରେ ଏହି ଅନଶନ କରାଯାଇଥିଲା। ମଂଚରେ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ସଭାପତି ପ୍ରସନ୍ନ ଦାସ, ପ୍ରଫୁଲ ବେହେରା, ଅଶୋକ କୁମାର ଆଢ୍ୟ, ଲଲାଟେନ୍ଦୁ ମିଶ୍ର, ଚନ୍ଦ୍ରଶେଖର ପ୍ରଧାନ, ଜଗବନ୍ଧୁ ମହାରଣା, ସୂର୍ଯ୍ୟନାରାୟଣ ପ୍ରଧାନ, ତନ୍ମୟ ଚାଟାର୍ଜୀ, ଧିରେନ୍ଦ୍ର ମିଶ୍ର, ଜଗନ୍ନାଥ ପୂଜାପଣ୍ଡା, ରବି ସାହୁ, ଜୟକୃଷ୍ଣ ଦାସ, ପପୁନ ବେହେରା, ଦୁର୍ଗାମାଧବ ପାଣିଗ୍ରାହୀ, ପ୍ରମୁଖ ଏହି ଗଣଧାରଣାରେ ଅଂଶ ଗ୍ରହଣ କରିଥିଲେ। ନବକଳେବର ମହାଦୂନିତି, ସ୍ୱର୍ଗଦ୍ୱାର ଓ ମଧୁର ଜଳ ଅଂଚଳ ସୁରକ୍ଷା ସମେତ ଷ୍ଟାଡିୟମ ନିର୍ମାଣ ଆଦି ୧୦ ଦଫା ଦାବିରେ ଏହି ଗଣଧାରଣା ଦିଆଯାଇଛି।

Leave a Reply

Your email address will not be published. Required fields are marked *