ପୁରୀରେ ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଧିକାର ଦିବସ ପାଳନ

ପୁରୀ, ୧୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ମହାତ୍ମାଗାନ୍ଧୀ, ଭଗତସିଂ, ଲେନିନ, ମାର୍କ୍ସ, ସୁବାଷ ବୋଷ, ଆମ୍ବେଦକର, ପେରିଆ, ବିବେକାନନ୍ଦ, ରବି ଠାକୁର, ବକ୍ସି ଜଗବନ୍ଧୁ ଆମର ସେମାନଙ୍କ କଥା ଭାଷା ଲେଖା ଓ ମତବାଦକୁ ସୁରକ୍ଷା ଦେବା ଦାୟିତ୍ୱ ବି ଆମର। ବିଜେପି, ଆରଏସଏସ ଦେଶ ବ୍ୟାପି ହିସାଂ ଧମକ ଓ ଭୟର ବାତାବରଣ ସୃଷ୍ଟି କରି ଭିନ୍ନ ଭିନ୍ନ ମତବାଦକୁ ନଷ୍ଟ କରିବାକୁ ଚକ୍ରାନ୍ତ କରିଛି। ତ୍ରିପୁରା ରେ ଲେଲିନଙ୍କ ମୂର୍ତି ଭଙ୍ଗା ଘଟଣା ବିଜେପିର ଅସଲ ଚେହେରା ପଦାକୁ ଆସିଛି। ନରେନ୍ଦ୍ର ମୋଦିଙ୍କ ଏକଛତ୍ରବାଦ, ଫାସୀବାଦ ଦେଶ ଆଗରେ ବଡ ବିପଦ। ଦେଶକୁ ରାଷ୍ଟ୍ରପତିୟ ତଥା ହିଟଲର ଶାସନ ଆଡକୁ ନେଇଯିବା ପାଇଁ ଚକ୍ରାନ୍ତ ବିରୁଧରେ ବାମପନ୍ଥୀ ଧର୍ମନିରପେକ୍ଷ ଗଣତାନ୍ତ୍ରୀକ ସଂଗଠନ ମାନେ ଆଗେଇ ଆସିବା ପାଇଁ ଆଜି ଏଠାରେ ବାମପନ୍ଥୀ ଦଳ ମାନେ ଆହ୍ୱାନ କରିଛନ୍ତି। ସିପିଏମ, ସିପିଆଇ, ସିପିଆଇ ଏମଏଲ ଦଳ ଏକତ୍ରିତ ହୋଇ ମୋଚିସାହି ଛକରୁ ଏକ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଧିକାର ଦିବସ ପାଳନ କରିଥିଲେ। ପ୍ରତିବାଦ ସଭାରେ ଶରତ ରାୟଗୁରୁ, ଜଗନ୍ନାଥ ଦେଓ, ରେବିତୀ ବଲ୍ଲଭ ମହାପାତ୍ର, ବ୍ରଜବନ୍ଧୁ ପ୍ରଧାନ, ପ୍ରଦୀପ ମହାନ୍ତି, ହାରାମଣୀ ମହାପାତ୍ର, ଟୁନା ନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *