ଓଡ଼ିଶା

ପୁରୀରେ ପ୍ରଚଳିତ ହେଲା ଇ-ଷ୍ଟାପିଙ୍ଗ୍ ବ୍ୟବସ୍ଥା

ପୁରୀ, ୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଶାର ୧୪ ତମ ଜିଲ୍ଲା ଭାବେ ପୁରୀରେ ମଙ୍ଗଳବାର ଠାରୁ ପ୍ରଚଳିତ ହେଲା ଇ-ଷ୍ଟାପିଙ୍ଗ ବ୍ୟବସ୍ଥା। ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ଏହି ନୂତନ ବ୍ୟବସ୍ଥାକୁ ରାଜ୍ୟ ମହାନିବନ୍ଧକ ଉପେନ୍ଦ୍ର ନାଥ ମଲ୍ଲିକ ରିବନକାଟି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ଓ ଉପଜିଲ୍ଲାପାଳ ଅତିଥୀଭାବେ ଯୋଗ ଦାନ କରିଥିଲେ। ଭାରତର ୧୯ ତମ ରାଜ୍ୟ ଭାବେ ଓଡିଶାର ଏହି ବ୍ୟବସ୍ଥା ପ୍ରଚଳନ ହେବାଦ୍ୱାରା ଲୋକମାନେ ବିଶେଷ ଉପକୃତ ହୋଇପାରିବେ। ଅନଲାଇନରେ ଉପଯୋଗ କରିପାରିବେ। ଭେଣ୍ଡର ମାନଙ୍କ ଅପେକ୍ଷା ଇ-ଷ୍ଟାମ୍ପିଙ୍ଗରେ ଲୋକମାନଙ୍କୁ କମ କମିସନ ଦେବାକୁ ହେବ। ଦଲିଲ ପଂଜିକୃତ ପାଇଁ ଏହି ବ୍ୟବସ୍ଥା ବିଶେଷ ସହାୟକ ହୋଇପାରିବ। ପୂର୍ବରୁ ଭେଣ୍ଡର ମାନଙ୍କଠାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ ଦ୍ୱାରା ଲେକମାନେ ଲକ୍ଷାଧିକ ଟଙ୍କାର ଷ୍ଟାମ୍ପ ଗୋଟିଏ ପେପର ମାଧ୍ୟମରେ କରିପାରିବେ। ଏବେ ଇ- ଷ୍ଟାମ୍ପିକ ପ୍ରଚଳନ ଦ୍ୱାରା ଦଲିଲ ପ୍ରସ୍ତୁତି ବିଶେଷ ସହାୟକ ହେବା ସହ ଲୋକମାନଙ୍କ ଅଧିକ କମିସନ ବ୍ୟୟ ରୋକାଯାଇ ପାରିବ। ଉତ୍ସବରେ ପୁରୀ ନିଦନ୍ଧକ ଓ ବିବାହ ଅଧିକାରୀ ବିକାଶ କୁଜୁରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top