ଖେଳ

ପୁରୀରେ ନିଖିଳ ଭାରତ କୋଷ୍ଟାଲ ଚେସ୍ ପ୍ରତିଯୋଗୀତା

ପୁରୀ:୨୬/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦୀର୍ଘ ୮ବର୍ଷ ପରେ ଆୟୋଜିତ ହେଉଛି ସର୍ବ ଭାରତୀୟ ଡାକ ଚେସ୍ ପ୍ରତିଯୋଗୀତା। ସୋମବାର ଠାରୁ ହଲିଡେ ରିସର୍ଟରେ ଆୟୋଜିତ ହେଉଥିବା ଏହି ଚେସ୍ ଟୁର୍ଣ୍ଣାମେଣ୍ଟରେ ଭାରତର ୧୮ଟି ଡାକ ମଣ୍ଡଳରୁ ୧୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗ ଦେଇଛନ୍ତି ବୋଲି ଓଡିଶା ପ୍ରଦାନ ମହା ଡାକପାଳ ଡଃ. ସନ୍ତୋଷ ପ୍ରମିଲା ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଯେ ଉଦ୍ଘାଟନୀ ଉତ୍ସବରେ ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ଜେନା ଓ ଶ୍ରୀଜଗନ୍ନାଥ ଜେନା ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ରାଧାମାଧବ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବେ। ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯିବ। ଦଳଗତ ସ୍ତରରେ ପାଞ୍ଚ ରାଉଣ୍ଡ ଓ ବ୍ୟକ୍ତିଗତ ସ୍ତରରେ ସାତ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗୀତାରେ ନିହାର ରଞ୍ଜନ, ତାପସ ମହାନ୍ତି, ଜ୍ୟୋତି ଶଙ୍କର ନନ୍ଦ ମୁଖ୍ୟ ଆରବିଟର ଭାବେ ଯୋଗଦାନ କରିବେ। ଉଦ୍ୟାପନ ଉତ୍ସବରେ ମୁଖ୍ୟ ମହା ଡାକପାଳ ଓ ଗ୍ରାଣ୍ଡ ମାଷ୍ଟର ଦେବାଶିଷ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top