ଜିଲ୍ଲା ପରିକ୍ରମା

ପୁରୀରେ ଚାଲିଛି ଗଣପତି ମହୋତ୍ସବ

ପୁରୀ:୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀକ୍ଷେତ୍ର ଗଣପତି ମହୋତ୍ସବ କମିଟି ଆନୁକୂଲ୍ୟରେ ଶରଧାବାଲିରେ ବୁଧବାର ସଂଧ୍ୟ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୟୋଦଶ ଗଣପତି ମହୋତ୍ସବ ସଂଧ୍ୟ୍ୟାରେ ଏଥିପାଇଁ ଶରଧାବାଲିରେ ଭିଡ଼ ଜମିଥିଲା। ଦେଖଣାହାରୀମାନଙ୍କର ଅପରାହ୍ନ ୫ଟା ବେଳକୁ ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଗଣେଶ ମୂର୍ତ୍ତୀ ଗୁଡ଼ିକ ଶୋଭାଯାତ୍ରାରେ ଆସି ମହୋତ୍ସବ ସ୍ଥଳରେ ସମବେତ ହୋଇଥିଲେ। ସଂଧ୍ୟ୍ୟାରେ ଉଜ୍ଜଳ ଆଲୋକମାଳାରେ ଝଲସି ଉଠିଥିଲା ମହୋତ୍ସବ ସ୍ଥଳ। ପ୍ରାୟ ୪୦ରୁ ଉର୍ଦ୍ଧ ଗଣେଶ ମୂର୍ତ୍ତୀ ଏହି ମହୋତ୍ସବରେ ସାମିଲି ହୋଇଥିଲେ। ଉଜ୍ଜଳ ଆଲୋକମାଳରେ ଝଲସୁଥିଲା ଗଣେଶ ମୂର୍ତ୍ତୀଗୁଡ଼ିକ। ଧାଡ଼ି ଧାଡ଼ି ହୋଇ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତୀ ମହୋତ୍ସବରେ ସାମିଲି ହୋଇଥିବା ବେଳେ ଶହ ଶହ ଦେଖଣାହାରୀ ଗୋଟିଏ ସ୍ଥାନରେ ସହର ଜାକର ଗଣେଶମୂର୍ତ୍ତୀ ଦେକି ସନ୍ତୋଷ ବ୍ୟକ୍ତ କରିଥିଲେ। ମହୋତ୍ସବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ଦିବାକର ପାତ୍ର, ପ୍ରାକ୍ତନ ନଗରପାଳ ସୁରେନ୍ଦ୍ରନାଥ ଦାଶ ଓ ଚଣ୍ଡୀପ୍ରସାଦ ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପୂଜା କମିଟିର କାର୍ଯ୍ୟକର୍ତା ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବରେ ମାଲଖମ୍ବ, ପଶୁମୁଖାନୃତ୍ୟ, ଘୋନାନାଚ ଭଜନନୃତ୍ୟ, ସମ୍ବଲପୁରୀନୃତ୍ୟ, ପାଇକ ଆଖଡ଼ା, ଓ ଗଣେଶ ଜନ୍ମ ଗିତିନାଟ୍ୟ ପରିବେଷଣ କରାଯାଇଥିଲା। ମହୋତ୍ସବ କମିଟିର ସଂପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, କୈଳାସ ଟିକାୟତରାୟ, ଦେବାନନ୍ଦ ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ଆଲୋକ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top