ପୁରୀରେ ଖୋଲିଲା ପ୍ରମୋଦ ହାଉସ୍ ଅଫ୍ କ୍ଳାସିକ୍

ପୁରୀ, ୧୧/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଶାରେ ଏକ ଅନନ୍ୟ ହୋଟେଲ ଗ୍ରୁପ ପ୍ରମୋଦ ଗ୍ରୁପର ପୁରୀରେ ଦ୍ୱିତୀୟ ହୋଟେଲ ଖୋଲାଯାଇଛି। ଜିଲ୍ଲା ସ୍କୁଲ ସମ୍ମୁଖରେ ପ୍ରମୋଦ ହାଉସ୍ ଅଫ୍ କ୍ଳାସିକ୍ ନାମିତ ଏହି ହୋଟେଲ ଆଜି ଠାରୁ ଶୁଭାରମ୍ଭ ହୋଇଛି। ଏହି ଅବସରରେ ପ୍ରମୋଦ କନ୍ଭେନ୍ସନ୍ ଓ ବିଚ୍ ରିସର୍ଟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମୋଦ ଗ୍ରୁପର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଜୟ କୁମାର ପ୍ରଧାନ ସୂଚନା ଦେଇ କହିଲେ ଯେ ୨୦୧୨ମସିହାରେ ପ୍ରମୋଦ ଗ୍ରୁପ କଟକରେ ପ୍ରଥମ ହୋଟେଲ କରିଥିବା ବେଳେ ୨୦୧୫ରେ ପୁରୀରେ ପ୍ରମୋଦ କନ୍ଭେନ୍ସନ୍ ଆଣ୍ଡ ବିଚ୍ ରିସର୍ଟ ପ୍ରତିଷ୍ଠା ହୋଇଥିଲା। ଓଡିଶା ଓ ଓଡିଶା ବାହାରେ ଆତିଥେୟତା ପାଇଁ ସୁନାମ ଅର୍ଜନ କରିଥିବା ଗ୍ରୁପର ହାଉସ୍ ଅଫ୍ କ୍ଳାସିକ୍ ଏକ ଭିନ୍ନ ଧରଣର ହୋଟେଲ ଯେଉଁଥିରେ ୭ଟି ଅତ୍ୟାଧୁନିକ ସୁଇଟ୍ ରୁମ୍ ରହିଛି। ଯାହାକି ଓଡିଶା ତଥା ଓଡିଶା ବାହାରର ସମସ୍ତ ହୋଟେଲ ଠାରୁ ଭିନ୍ନ। ଏଠାରେ ସମସ୍ତ ପ୍ରକାର ସୁବିଧା ଯଥା ମଲ୍ଟି କିଚେନ୍, ରେଷ୍ଟୁରାଣ୍ଟ, ବ୍ୟାୟାମଶାଳା, ସୁଇମିଂପୁଲ, ଥୀଏଟର ହଲ୍, ଗେମ୍ ରୁମ୍ ଇତ୍ୟାଦି ରହିଛି। ଆଧୁନିକ ସଭ୍ୟତାକୁ ଆଖି ଆଗରେ ରଖି ଏଠାରେ ସମସ୍ତ ସୁବିଧା କେବଳ ରହୁଥିବା ଅତିଥିମାନଙ୍କୁ ଯୋଗାଇ ଦିଆଯିବ। ପରିଚାଳନା ନିର୍ଦ୍ଦେଶକ ଇଞ୍ଜିନିୟର ଦୁର୍ଗା ପ୍ରସାଦ ରଥ, କାର୍ଯ୍ୟକାରୀ ନିର୍ଦ୍ଦେଶକ ମିଥୁନ ନାବିଆର ଆଶାବ୍ୟକ୍ତ କରିଛନ୍ତି ଯେ ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ପ୍ରମୋଦ ହାଉସ୍ ଅଫ୍ କ୍ଳାସିକ୍ ଏକ ଅଭୁଲା ସ୍ମୃତି ଭେଟି ଦେବ।

Leave a Reply

Your email address will not be published. Required fields are marked *