ପୁରୀରେ ଆମିକ୍ସକ୍ୟୁରୀ…ଶ୍ରୀମନ୍ଦିର ଅଧିକାରୀ ଓ ଶଂଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା

ପୁରୀ ୨୧-୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରାମନ୍ଦିରରେ ମହାପ୍ରଭୁଙ୍କର ମଙ୍ଗଳଆଳତୀ ଦର୍ଶନ କରିବାପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ଆମିକ୍ସକ୍ୟୁରୀ ଗୋପାଳ ସୁର୍ବମଣ୍ଣ୍ୟମ୍। ଶୁକ୍ରବାର ପ୍ରତ୍ୟୁଷରୁ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଜିଲ୍ଳାପାଳଙ୍କ ସହ ଯାଇ ପ୍ରଥମେ ବିମଳାଙ୍କ ମନ୍ଦିରରେ ଉପାସନା କରିଥିଲେ ପରେ ସେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଶୀମନ୍ଦିରରେ ଦର୍ଶନ ଭଲ ହୋଇ ଥିବା ସେ ପ୍ରକାଶ କରିଥିଲେ। ସଂଧ୍ୟାରେ ସେ ଶ୍ରୀ ମନ୍ଦିର ସଂସ୍କାର ସଂମ୍ପର୍କୀତ କାର୍ଯ୍ୟ ଉପରେ ସମୀକ୍ଷା କରିବେ ବୋଲି ଜିଲ୍ଲାପାଳ କହିଥିଲେ। ଅନ୍ୟ ପକ୍ଷରେ ଆଜିଠାରୁ ଆନନ୍ଦ ବଜାରରେ ବିଭିନ୍ନ ଭୋଗ ଓ ମହାପ୍ରସାଦର ଦର ତାଲିକା ଲଗା ଯାଇଛି। ଆଗାମୀ ଦିନରେ ବିଭିନ୍ନ ଭୋଗ ଦର ତାଲିକାର ସମୀକ୍ଷା କରାଯାଇ ଶ୍ରଦ୍ଧାଳୁ ଙ୍କ ପାଇଁ ସୁହାଇଲା ଭଳି ଦର କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜଗତ ଗୁରୁ ଶଂଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆମିକ୍ସକ୍ୟୁରୀ ।ତେବେ ଦୁଇଦିନ ଧରି ଆମିକ୍ସକ୍ୟୁରୀ ସେବାୟତ, ଗଜପତିଙ୍କଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କ ମତାମତ ନେବେ। ଶ୍ରୀମନ୍ଦିର କାର୍ଯ୍ୟଳୟରେ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମ୍ କୋର୍ଟ ଦେଇଥିବା ନିର୍ଦ୍ଦେଶ ସବୁ କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା କରିଥିଲେ। ଏଥିରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍ .ପି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମନ୍ଦିରର ଇତିହାସ ଓ ସେବାପୂଜା ଏଭଳି ଅନ୍ୟ ମନ୍ଦିର ଠାରୁ ଭିନ୍ନ ତାହା ମୁଖ୍ୟ ପ୍ରଶାସକ ତଥ୍ୟ ଦେଇଥିଲେ ଆମିକ୍ସକ୍ୟୁରୀଙ୍କୁ। ସେହିଭଳି ୨ଦିନ ଧରି ଆମିକ୍ସକ୍ୟୁରୀ ସେବାୟତ, ଗଜମତି ମହାରାଜ, ବୁଦ୍ଧିଜୀବୀ, ଶ୍ରୀ ମନ୍ଦିର ସଂସ୍କାର କମିଟି ଓ ପୁରୀ ଜିଲ୍ଲା ଜଜ୍ ଙ୍କୁ ଭେଟି ବିଭିନ୍ନ ମତାମତ ନେବେ। ତେବେ ବଂଶାନୁକ୍ରମିକ ସେବା ଉଛେଦ, ଶ୍ରୀମନ୍ଦିରରେ ଅନ୍ୟ ଧର୍ମ ଲୋକଙ୍କ ପ୍ରବେଶ, ଶ୍ରୀମନ୍ଦିର ଆଇନ୍ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗର ମତାମତ ଶନିବାର ଛତିଶା ନିଯୋଗରୁ ନେବେ ଆମିକ୍ସକ୍ୟୁରୀ। ଅନ୍ୟପଟେ ଶ୍ରୀସୁବ୍ରମଣ୍ଣ୍ୟମ୍ ଜଗତଗୁରୁ ଶଂଙ୍କରାଚାର୍ଯ୍ୟଙ୍କ ସହିତ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ କିଭଳି ସଂସ୍କାର ପ୍ରଣାଳି ରହିବା ଉଚିତ୍ ତାହା ମୁଖ୍ୟତଃ ଆଲୋଚନା ହୋଇଥିଲା। ଏବେ ଧାର୍ମିକ ବିଧି ବ୍ୟବସ୍ଥାକୁ ନେଇ ସଂସ୍କାର ଲାଗୁ ହେବା ଉଚିତ୍ ବୋଲି ଶଂଙ୍କରାଚାର୍ଯ୍ୟ ଆମିଶକ୍ୟୁରୀଙ୍କୁ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *