ପୁରୀ:୨୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିରରେ ବାରମ୍ବାର ଭକ୍ତଙ୍କ ଉପରେ ଆକ୍ରମଣ ଓ ଭକ୍ତଙ୍କ ବିଶୃଙ୍ଖଳିତ ଆଚ୍ଚରଣ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗେଇବା ପାଇଁ ପ୍ରସ୍ତାବ ଆସିଛି। ଶ୍ରୀମନ୍ଦିରରେ ଭିତର କାଠ ନିକଟରେ ଥିବା ଦାନ ବାକ୍ସକୁ ନେଇ ବାରମ୍ବାର ଅପ୍ରିତିକର ପରିସ୍ଥିତି ଉପୁଜିଥିବାରୁ ସେହି ସ୍ଥାନରେ ସିସି ଟିଭି ଲଗେଇବା ପାଇଁ ଚିନ୍ତା କରାଯାଉଛି। ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଏସ୍ପି ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏସ୍ପି ସାର୍ଥକ ଷଡଙ୍ଗୀ ସିସିଟିଭି ଲଗେଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଆପାତତ ସିସିଟିଭି ଲଗେଇବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେଣୁ ଏହି ସମ୍ପର୍କରେ ଆଗାମୀ ପରିଚାଳନା କମିଟି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ନୀତି ପ୍ରଶାସକ ପ୍ରଦୀପ ଦାସ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରେ ସିସିଟିଭି ଲାଗିବା ପ୍ରସ୍ତାବକୁ ସେବାୟତ ସ୍ୱାଗତ କରିଛନ୍ତି।

Loading...