ଓଡ଼ିଶା

ପୁରୀଉପକଣ୍ଠରେ ପୁଣି ଗୁଳିଫୁଟିଲା..ଯୁବକ ଗୁରୁତର

ପୁରୀ;୧୦/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): ପୁରୀ ଉପକଣ୍ଠ ବ୍ରହ୍ମଗିରୀ ରାସ୍ତାରେ ଗତକାଲି ରାତିରେ ଏକ ଗୁଳିକାଣ୍ଡ ଘଟିଛି। ପୂର୍ବତନ ସଂରପଚଂ ନବଧନ ପରିଡାଙ୍କ ଭାଇ ସିମେଂଟ ବ୍ୟବସାୟୀ ଜୟକୃଷ୍ଣ ପରିଡା ବୟସ(୪୨)ଙ୍କ ଉପରକୁ ଗୁଳିମାଡ ହୋଇଥିବା ବେଳେ ତାଙ୍କୁ ସଂଙ୍କଟାପର୍ଣ୍ଣ ଭାବେ ସଦରମହକୁମା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଅବସ୍ଥା ଗରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ରାତି ପ୍ରାୟ ୯ ଟା ବେଳେ ଗୋରୁ ଆଳ ଛକରୁ ଫେରୁଥିବା ବେଳେ ଜୟକୃଷ୍ଣ କେରୁଅ ଛକ ଅତିକ୍ରମ କରିବା ପରେ ତୁଳସୀ ଆପାଟମେଂଟ ନିକଟରେ ପହଁଚି ବାଇକ ରଖି ପରିଶ୍ରା କରିବା ପାଇଁ ଯିବା ବେଳେ ହଠାତ ଅନ୍ଧାର ଭିତରୁ ଗୁଳି ବର୍ଷା ହୋଇଥିଲା। ଗୋଟିଏ ଗୁଳି ତାଙ୍କ ଡାହାଣ ପଟ ଛାତିରେ ବାଜିଥିବା ବେଳେ ଅନ୍ଧାର ଭିତରେ ଦୁର୍ବୁତ ମାନେ ଚମ୍ପଟ ମାରିଥିଲେ। କେବଳ ଏତିକି କହିବା ସହ ଦୁର୍ବୁତଙ୍କୁ ଚିହ୍ନି ନଥିବା କହିଛନ୍ତି ଜୟକୃଷ୍ଣ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାତ୍ତାଙ୍କ ପରିବାର ଲୋକ ଜୟକୃଷ୍ଣଙ୍କ ଡାକ୍ତରଖାନାରେ ଭର୍ତି କରିଥିଲେ। ଖବର ପାଇ ସଦର ଏସଡିପିଓ ସୁଶିଲ ମିଶ୍ର, ସଦରଥାନା ଆଇଆଇସି ଗୈାରାଙ୍ଗ ଚରଣ ପୃଷ୍ଟି ଓ ଅନ୍ୟ ଅଧିକାରୀ ମାନେ କ୍କ୍ଖାନାରେ ପହଁଚି ତଦନ୍ତ୍ ଆରମ୍ଭ କରିଛନ୍ତି। ପରେ ଜୟକୃଷ୍ଣଙ୍କ ଗାଁରେ ପୋଲିସ ପହଁଚି ଘଟଣାର ଛାନଭିନ ଆରମ୍ଭ କରିଛି। ଜୟକୃଷ୍ଣ ଓ କିଛି ଲୋକଙ୍କ ମଧ୍ୟରେ ଜମବାଡି ବିବାଦ ଓ ବ୍ୟବସାୟକୁ ନେଇ ବିବାଦ ଥିବା ଅଂଚଳରେ ଆରମ୍ଭ ହୋଇଛି। ଅନ୍ୟପଟେ କଣ୍ଠପୁର ଗ୍ରାମ ଶଙ୍କର ପ୍ରଧାନ ହତ୍ୟାକାଣ୍ଡର ପ୍ରତିଶୋଧ ନେଇ ସେହି ଗ୍ରାମର କିଛି ଯୁବକ ଜୁଲାଇ ୧୦ ତାରିଖ ରାତିରେ ଖଡିପଦା ଗ୍ରାମର କାଳିଆ ଓରଫ ବିଶ୍ôରଂଜନ ମହାନ୍ତି(୩୦)କୁ ହତ୍ୟା କରିଥିଲେ। ଯ ଦ୍ୱାରା ଉଭୟ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଛକାପଝାଂ ଲାଗି ରହିଛି। ସେପଟେ ଏହି ବିବାଦକୁ ନେଇ ଗୁଳିକାଣ୍ଡ ଘଟିଛି ନା ବ୍ୟକ୍ତି ଗତ ବିବାଦ ନେଇ ତିାଙ୍କୁ ହତ୍ୟା ଉଦ୍ୟମ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top