ଓଡ଼ିଶା

ପୁରାତନ ସିଟି, ବିଏଡ ଛାତ୍ରଛାତ୍ରୀଙ୍କର ଦୁଃଖ ଘୁଞ୍ଚିବ କେବେ ?

ଖଇରା, ୨୬/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)- ବେକାର ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଆଳଦାଠାରେ ଥିବା ଆଦର୍ଶ ଶିକ୍ଷାମନ୍ଦିର ଖଇରା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାର ବାରମ୍ବାର ସ୍ୱଚ୍ଛତାର ଦ୍ୱାହିଦେଇ ଓଡିଶାକୁ ଏକ ଶିକ୍ଷା ବହୁଳ ରାଜ୍ୟ ଭାବରେ ମାନ୍ୟତାର ଡିଣ୍ଡମ ପିଟୁଥିବାବେଳେ ୧୯୯୦ମସିହାରୁ ୨୦୦୦ମସିହା ପର୍ଯ୍ୟନ୍ତ ହଜାର ହଜାର ବେକାର ସିଟି ଏବଂ ବିଇଡି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଅନ୍ଧକାରରେ ପରିଣତ ହୋଇଯାଇଛି।

 

ବର୍ତ୍ତମାନର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତତ୍କାଳୀନ କେନ୍ଦ୍ର ସରକାରଙ୍କ ଅଧିନରେ ଖଣି ଓ ଇଷ୍ପାତ ମନ୍ତ୍ରୀ ଥିବାବେଳେ ବେକାର ତାଲିମପ୍ରାପ୍ତ ଛାତ୍ର ଚାକିରି ଅନ୍ୱେଷଣରେ ଘୁରି ଘୁରି ଚାକିର ନପାଇ ଶେଷରେ ନିଜ ଜୀବନକୁ ଜଳାଞ୍ଜଳି ଦେଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ନବୀନ ବାବୁଙ୍କ ନଜରରେ ଉକ୍ତ ଘଟଣା ଆସିଥିଲା। ସେତେବେଳେ ଉକ୍ତ ଘଟଣାକୁ କେନ୍ଦ୍ର କରି ସାରା ରାଜ୍ୟ ହୁଲସ୍ତୁଲ ହେବାରୁ ନବୀନ ବାବୁ ବେକାର ଛାତ୍ରଛାତ୍ରୀ ମାନଙ୍କୁ ସାନ୍ତୁନାଦେଇ ଘୋଷଣା କରିଥିଲେ ଭବିଷ୍ୟତରେ ଯଦି ମୁଁ ଓଡିଶାର ମୁଖ୍ୟମନ୍ତ୍ରୀ ହୁଏ ତେବେ କୌଣସି ତାଲିମପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ବେକାର ରଖିବି ନାହିଁ। ଜଗତରନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଆଜି ୰ବିଜୁ ବାବୁଙ୍କର ସୁଯୋଗ୍ୟ ପୁତ୍ର ନବୀନ ପଟ୍ଟନାୟକ ଦୀର୍ଘ ୧୮ବର୍ଷ କାଳ ମୁଖ୍ୟମନ୍ତ୍ରୀ ହୋଇ ଶାସନ କରିଚାଲିଛନ୍ତି। କିନ୍ତୁ ତାଙ୍କର ସେଦିନର ପ୍ରତିଶ୍ରୃତି ମହାଆକାଶରେ ଶୂନ୍ୟ ହୋଇଯାଇଛି। ଚାକିରି ପାଇଁ ଆତ୍ମାହୁତି ଦେଇଥିବା ୰ପ୍ରଶନ୍ନ କୁମାର ମହାନ୍ତିଙ୍କର ବିଧବା ପତ୍ନୀଙ୍କର ଆଖିରଲୋହ ପୁଛିବ କିଏ ? ବୟେସାଧିକ ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନେ ରାଜଧାନୀ ଠାରୁ ଆରମ୍ଭକରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ମେଳିମାଦଳକରି ଫ୍ଲାଗକାର୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ନିଜର ଦାବି ହାସଲପାଇଁ ଗୁହାରିକରି ଚାଲିଛନ୍ତି। କଥାରେ ଅଛି ଚେଇଁ ଶୋଇଥିବ ଯିଏ ଉଠେଇ ଖୋଇବ କିଏ ? ସରକାର ସୁପ୍ତ ଅବସ୍ଥାରେ ରହିଛନ୍ତି। ଆଗାମି ଦିନରେ ଯଦି ନବୀନ ସରକାର ଏମାନଙ୍କ ଦାବି ନ ବୁଝନ୍ତି ତାହାହେଲେ ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଅଲ ଓଡିଶା ବେକାର ବରିଷ୍ଠ ସିଟି ଓ ବିଇଡି ମହାସଙ୍ଘର ସଭାପତି ଗୋପବନ୍ଧୁ ମୁଦୁଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top