ଜିଲ୍ଲା ପରିକ୍ରମା

ପୁରାତନ ଛାତ୍ର ସଂସଦର ବନ୍ଧୁ ମିଳନ

ଖଇରା, ୧୨/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଚାଂୟତ ପଳାସପୁର ଉଚ୍ଚ ବିଦ୍ୟାଳୟର ପରିସରରେ ପୁରାତନ ଛାତ୍ର ସଂସଦର ବନ୍ଧୁ ମିଳନ, ମେଧା ସମ୍ମାନ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲାଶିକ୍ଷାଅଧିକାରୀ ଡ.ହୃଷିକେଶ କାଣ୍ଡି, ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡିଶା ସମ୍ବାଦ ସଂସ୍କରଣର ଗୌତମବୁଦ୍ଧ ଦାସ, ସମ୍ମାନୀତ ଅତିଥି କିଶୋର ଚନ୍ଦ୍ର ଦାସ(ଆଜିକାଲି ପ୍ରକାଶକ), ଖଇରା ଥାନାଅଧିକାରିଣୀ ଲୋପାମୁଦ୍ରା ନାୟକ ଯୋଗ ଦେଇ ତାଙ୍କର ବହୁ ମୁଲ୍ୟ ଉପାଦେୟ ମତାମତ ପ୍ରଦାନ ପରିଥିିଲେ। ଉକ୍ତ ସଭାରେ ମନୋରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ଭଗବାନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂସଦର ସଂପାଦକ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ବିବରଣୀ ପାଠ କରିଥିଲେ। ଏଥିରେ ‘ଏ’ ୧ରେ ଉତ୍ତିର୍ଣ୍ଣ ହୋଇଥିବା ୫ ଜଣ ଛାତ୍ରୀ ଯଥା-ବିଶ୍ୱବିବେଚିତା ସାହୁ, ବନୀତା ମିଶ୍ର, ସାବିତ୍ରୀ ମହାନ୍ତ, ନମ୍ରତା ନାୟ, ମଧୁରମା ଦାସଙ୍କୁ ମାନ ପତ୍ର ସହିତ ସାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଡ.ହୃଷିକେଶ କାଣ୍ଡି ଓ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ସର୍ଦ୍ଧିତ କରା ଯାଇଥିଲା। ‘ଅସରନ୍ତି କାହାଣୀ’ ପୁସ୍ତକ ଉନ୍ମୋଚିତ କରାଯାଇଥିଲା। ପୁସ୍ତକଟି ସୁଦାମ ସାରଙ୍କ ଜୀବନି ତତ୍ୱ, ଜୀବନର ମହାନତା ଓ ସମାଜ ମଙ୍ଗଳପାଇଁ ଉଦିଷ୍ଟ ଥିଲା। ଏଥିରେ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବ ଅର୍ପଣ କରିଥିଲେ ଏବଂ ବଂଶୀଧର ନାୟକ, ପ୍ରଫୁଲ୍ଲ ଖଣ୍ଡା, ନାରାୟଣ ମହାକୁଡ, ଶ୍ରୀଧର ନାୟକ, ରତ୍ନାକର ଶତପଥୀ, ମହେନ୍ଦ୍ର ନାୟ, ମନୋରଞ୍ଜନ ପରିଡ, ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରୀଛାତ୍ର ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top