ପୁରାତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ

ଯାଜପୁର -୧୩/୧(ଓଡିଆ ପୁଅ/ଏ, ରାଉତ) – ରାମବାଗ ଉଚ୍ଚ ବିଦ୍ୟାଳୟର ୧୯୯୧ ମସିହା ମାଟ୍ରିକ୍ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ବରମାହାରା ପଡ଼ିଆ ନିକଟସ୍ଥ ପ୍ରସିଦ୍ଧ ମା’ ଜାଗୁଳାଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୫ ବର୍ଷ ପରେ ସାଙ୍ଗମାନେ ପରସ୍ପରକୁ ଭେଟି ବିଦ୍ୟାଳୟ ସ୍ମୃତିକୁ ମନେ ପକାଇ ଉଲ୍ଲସିତ ହେବାସହ ୨୦୧୮ ନବବର୍ଷକୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ। ଜୀବନ ଜୀବିକା ପାଇଁ ଦୂରଦୂରାନ୍ତରେ ରହୁଥିଲେ ମଧ୍ୟ ସଠିକ ସମୟରେ ଆସି ରୁଣ୍ଡିଭୂତ ହୋଇଥିଲେ। ନିଜ ନିଜର ନୂଆ ଠିକଣା ଓ ଭାବର ଆଦାନ ପ୍ରଦାନ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀମାନେ ମା’ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ଏହି ବନ୍ଧୁମିଳନରେ ଦେବଦତ୍ତ ମହାପାତ୍ର, ପ୍ରବୀଣ ଦାସ, ଶ୍ରୀବଲ୍ଲଭ ପାଣି, ଗିରିଜା ଶଙ୍କର ସ୍ୱାଇଁ, ପ୍ରକାଶ କୁମାର ସାହୁ, ଭୂବନ ମୋହନ ପରିଡ଼ା, କୁଳମଣି ସେଠୀ, ଜିତେନ୍ଦ୍ର ବେହେରା, ସସ୍ମିତା ନାୟକ ପ୍ରମୁଖଙ୍କ ସହ ଅନ୍ୟ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *