ad
ଅନୁଗୁଳ

ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତାରେ ବ୍ରଜନାଥପୁର ପ୍ରଥମ

ତାଳଚେର,୧୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ନୂଆଁଖାଇ ପର୍ବ ଉପଲକ୍ଷେ ତାଳଚେର ବ୍ଲକ ବଡ଼ସିଂହଡା ଗ୍ରାମର ‘ଶ୍ରୀ ଜଗନ୍ନାଥ ଆଶ୍ରମ’ ଓ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବରିଷ୍ଠ ନାଗରିକ ଗଣେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାବା ଇନ୍ଦ୍ରମଣି ଦାସ ମହାରାଜ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ସମ୍ମାନୀତ ଅତିଥି ଭାବରେ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକ,ତାଳଚେର ଭାଗବତ ପ୍ରଚାରଣୀ ସମିତିର ସଭାପତି ରବି ନାରାୟଣ ପ୍ରଧାନ,ଶିକ୍ଷାବିତ୍ ବୃନ୍ଦାବନ ସାହୁ,ପୁରାଣବିତ୍ ବିଭୂତି ଭୂଷଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ବଡ ଯୋରଡା,ପୋକତୁଙ୍ଗା, ଶରଧାପୁର, ରାଣୀଗୋଡା,ଲକେଇପଶି, ସାନ ଯୋରଡା,ଗୋବରା,କଳମଛୁଇଁ,ବଡ ତ୍ରିବିଡା, କଡଲା,କଙ୍କିଳି,ବଡ କଞ୍ଜନି, ବ୍ରଜନାଥପୁର,ଡେରା,ସାନ ତ୍ରିବିଡା,କୁଇଓ,ଜରଡା,ଧୋବାପାଳ ପ୍ରମୁଖ ୧୮ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପୁରାଣବିତ୍ ବିଭୁତି ଭୂଷଣ ସାହୁ ମୁଖ୍ୟ ପରିଚାଳକ ତଥା ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ଅରୁଣ କୁମାର ଗଡନାୟକ,ହେମନ୍ତ ଦାସ,ରାହସ ଚନ୍ଦ୍ର ବିଶ୍ୱାଳ,ଅନୀତା ପାଣି,ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ମଂଚ ପରିଚାଳନା କରିଥିଲେ । ପଂଚାନନ ଜେନା,ମାନସ ପ୍ରଧାନ ଓ ଅଶୋକ ସ୍ୱାଇଁ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ପ୍ରତିଯୋଗିତାରେ ବ୍ରଜନାଥପୁର ପ୍ରଥମ ସ୍ଥାନ,ବଡଯୋରଡା ଓ ସାନତ୍ରିବିଡା ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ୧୮ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାତ୍ର ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ଭାବରେ ଏମ୍ସିଏଲ୍ ଭରତପୁର କ୍ଷେତ୍ରର କାର୍ମିକ ଅଧିକାରୀ ଯୁଧିଷ୍ଠିର ପାତ୍ର ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ନାଟ୍ୟକାର ମୁକୁନ୍ଦ ଶତପଥୀ ଓ ସମାଜସେବୀ କ୍ଷୀରୋଦ ସାହୁ ମଂଚାସୀନ ଥିଲେ । ଏହି ଅବସରରେ ବିଜୟୀ ଦଳ ସହ ସମସ୍ତ ଅଂଶଗ୍ରହଣକାରୀ ଦଳମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର ଟ୍ରଫି,ମାନପତ୍ର ସହ ପୁରାଣ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସୁନୀଲ ପ୍ରଧାନ,ବିକଳ ବେହେରା,ତପନ ବେହେରା,ଗୋବିନ୍ଦ ପ୍ରଧାନ,ସହଦେବ ପ୍ରଧାନ,ମଳୟ ପ୍ରଧାନ,କାଳିଆ ବେହେରା,ପୂର୍ଣ୍ଣଚନ୍ଦ୍ର ଦଳେଇ,ରଙ୍ଗାଧର ନାୟକ,ସୁଶୀଲ କୁମାର ପ୍ରଧାନ,ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top