ଆମ ପର୍ବ ପର୍ବାଣୀ

ପୁରପଲ୍ଲୀରେ ରକ୍ଷାବନ୍ଧନ ଉତ୍ସବ

ହାଟଡ଼ିହି ୨୬ ।୮ : ହାଟଡିହି ବ୍ଲକର ପୁରପଲ୍ଲୀରେ ଆଜି ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛୋଟ ଛୋଟ ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ହାତରେ ରାକ୍ଷୀବାନ୍ଧି ଏହି ପର୍ବରେ ସାମିଲ ହୋଇଛନ୍ତି । ଦୁରଦୁରାନ୍ତରେ ଥିବା ଭଉଣୀମାନେ ଏହି ପର୍ବରେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଘରକୁ ଛୁଟି ଆସିଛନ୍ତି । ସେହିପରି ଆଜି ପ୍ରଭୁ ବଳଦେବଙ୍କ ଜନ୍ମ ଥିବାରୁ ଅପରାହ୍ନରେ ଆଜି ପ୍ରତ୍ୟେକ ଘର ମାନଙ୍କରେ ଗୋରୁ ମାନଙ୍କୁ ସିନ୍ଦୁର, ଫୁଲ, ଚନ୍ଦନ ଓ ପିଠାପଣା ଦିଆଯାଇ ପୂଜାର୍ଚ୍ଚନା କରାଯାଇ ବନ୍ଦାପନା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top