ଜିଲ୍ଲା ପରିକ୍ରମା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେଡି ଦଳର ପର୍ଯ୍ୟବେକ୍ଷକଙ୍କ ମାଲାକନଗିରି ଜିଲ୍ଲାଗସ୍ତ, ଗରୁପ୍ରୀୟା ସେତୁ ପରିଦର୍ଶନ

ମାଲକାନଗିରି, ୨ା୬ (ଓଡିଆ ପୁଅ ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେଡି ଦଳର ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ପର୍ଯ୍ୟବେକ୍ଷକ ଚନ୍ଦ୍ରସେଖର ସାହୁ ମାଲକାନଗିରି ଜିଲ୍ଲା ଗସ୍ତକରି ବିଜେଡି ଦଳପକ୍ଷରୁ ସ୍ଥାନୀୟ ନଗରଭାବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେଇ ସଙ୍ଗଠନକୁ ସଦୃଢ କରିବାପାଇଁ ଉଦବୋଧନ ଦେଇଛନ୍ତି। ଆଜି ସକାଳେ ଜିଲ୍ଲା ବିଜେଡି ଦଳର ନେତେ ଓ ଶତାଧିକ କର୍ମୀ ଶ୍ରୀ ସାହୁଙ୍କୁ ମାଲକାନଗିରି ଜିଲ୍ଲାସଦର ମହକୁମା ପ୍ରବେଶ ଦ୍ୱାର ଭୈରବୀ ମନ୍ଦିରଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ନଗର ଭବନକୁ ପାଛୋଟି ଆଣିଥିଲେ। ନଗର ଭବନଠାରେ ଜିଲ୍ଲା ବିଜେଡି ସଭାପତି ବିଧାୟକ ମାନସ ମାଡକାମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବିଜେଡି କର୍ମୀ ସମ୍ମିଳନୀରେ ଶ୍ରୀ ସାହୁ ଉଦବୋଧନ ଦେଇ ମାଲକାନଗିରି ଜିଲ୍ଲାରେ କିପରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ହେବ ଓ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଗ୍ରାମାଚଂଳର ଗରିବ ଲୋକେ ସାମିଲହୋଇ ତାର ସୁଫଳ ନେବେ ସେ ସଂପର୍କରେ ଆଲୋଚନା କରିଥିଲେ।

ଏହାବ୍ୟତିତ ମାଲକାନଗିରି ଜିଲ୍ଲାକୁ ରାଜ୍ୟର ସବୁ କ୍ଷେତ୍ରରେ ଏକ ନମ୍ବର ଜିଲ୍ଲା ଭାବେ ପ୍ରତିଷ୍ଟାକରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସାଧାରଣ ବଟଂନ ବ୍ୟବସ୍ଥା, ବାର୍ଦ୍ଦକ୍ୟ ଓ ବିଧାବ ଭତା, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକାଘର ଯୋଜନାରେ ଗରିବ ଲୋକମାନଙ୍କୁ ସମିଲ କରାଯିବା ପାଇଁ ଗୁରୁତ୍ୱ ଦିଆ ଯିବ ଓ ଆଗାମି ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ଯେପରି ବିଜେଡି ଦଳ ବୀଜୟୀ ହେବ ସେଥିପ୍ରତି ଗରୁତ୍ୱ ଦେବାପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମାଲକାନଗରି ଜିଲ୍ଲା ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଆଡମା ରାବା, ମହିଳା ବିଜେଡି ସଭାନେତ୍ରୀ ତଥା ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ୍ମିନୀମୁଦୁଲି, ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର, ରାଜ୍ୟକାର୍ଯ୍ୟାକାରଣି ସଦସ୍ୟ ଧନୁର୍ଯ୍ୟ ମାଡକାମି, ବିଶିଂଧରମୁଦୁଲି, ସତ୍ୟପାଣିଗ୍ରାହି, ବିଜେଡି ନେତା ରମେଶପଟନାୟକ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟନାୟକ, ରାଜେନ୍ଦ୍ର ପଣ୍ଡା, ସଦାନନ୍ଦ ଖରା, ଓକିଲ ଗୋପାଳପଣ୍ଡା, ଓକିଲ ଲମ୍ବୋଧର ତୁର୍କୁ, ଜଗବନ୍ଧୁ ପଡିଆରୀ, ଦହନାଟାଙ୍ଗୁଲ, ଜିଲ୍ଲାଯୁବ ବିଜେଡି ସଭାପତି ନିରୋଧମିସ୍ତ୍ରୀ, ଜିଲ୍ଲାଛାତ୍ର ବିଜେଡି ସଭାପତି ସୋମେଶବାଗ, ସବ ର୍ବିଷୋୟୀ, ବିକାଶ ମଣ୍ଡଳ, କାର୍ତିକ ଦେବନାଥ, ଙ୍କ ସହିତ୫୦୦ରୁ ଉର୍ଦ୍ଦ ବିଜେଡି ଦଳର ବରିଷ୍ଟ ନେତେ ଓ କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମାଲକାନଗିରି ଜିଲ୍ଲା ବଙ୍ଗୀୟ ସମାଜ ପକ୍ଷରୁ ପୁବର୍ତ୍ତନ ବିଜେଡି ଦଳର ମନ୍ତ୍ରୀ ବଙ୍ଗୀୟ ସଂପ୍ରଦାୟର ନେତା ଅରବିନ୍ଦ ଢାଲି ଙ୍କୁ କୌଣସି ଏକ ଗୁରୁତ୍ବ ପୁର୍ଣ୍ଣ ପଦପଦବିରେ ରଖି ଥାଇଥାନ କରିବା ନିମନ୍ତେ ପର୍ଯ଼୍ୟବେକ୍ଷକ ଶ୍ରୀ ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ପୁବ ର୍ତନ ମନ୍ତ୍ରୀ ତଥା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସେଖର ସାହୁ ଙ୍କ ସହିତ ବିଧାୟକ ମାନସ ମାଡକାମି, ବରିଷ୍ଟ ବିଜେଡି ନେତା ରମେଶପଟନାୟକ, ଗୋପାଲ ପଣ୍ଡା, ସିଲୁସାହୁ, ଧନୁର୍ଯ୍ୟୟ ମାଡକାମି, ମନୋଜବାରିକ ପ୍ରମୁଖ ବିଜେଡି ନେତା ମାନେ ମାୋପ୍ରବଣ ଚିତ୍ରକୋଣ୍ଡା ଜାନବାଇ ନିକଟକୁ ଯାଇ ବିଛିନ୍ନାଚଂଳ କୁ ସଂଯୋଗ କରୁଥିବା ନୂତନ ଗୁରୁପ୍ରୀୟା ସେତୁ ସ୍ଥଳ ପରିଦର୍ଶନ କରିଥିଲେ

 

 

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top