ଓଡ଼ିଶା

ପୁନେରେ ନୂଆଁଖାଇ, ୩୦ ସେପ୍ଟେମ୍ବରରେ

ପୁନେ ୮-୯ (ଓଡ଼ିଆ ପୁଅ) ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ, ଆସନ୍ତା ୩୦ ସେପ୍ଟେମ୍ବର ରବିବାର ଦିନ ମହାରାଷ୍ଟ୍ରର ପୁନେ ସହରରେ ମହା ସମାରୋହରେ ପାଳିତ ହେବ। ବିଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ହେଲା,ଏହି ପର୍ବ ଭେଟଘାଟ CULTURAL ASSOCIATION PUNE (ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍, ପୁନେ) ଦ୍ୱାରା ପୁନାସ୍ଥିତ ପଶ୍ଚିମ ଓଡିଶା ବାସୀଙ୍କୁ ନେଇ, ଅନେକ ଉତ୍ସାହ, ଉଦ୍ଦୀପନା ଓ ଉଲ୍ଲାସ ସହିତ ଅନୁଷ୍ଠିତ ହୋଇ ଆସୁଅଛି। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ BCA ପୁନା ପଶ୍ଚିମ ଓଡିଶାର ସ୍ୱନାମଧନ୍ୟ କଳାକାରମାନଙ୍କୁ ନିମନ୍ତ୍ରଣ କରିଛି। ନୂଆଁଖାଇ ମହୋତ୍ସବରେ ଯୋଗ ଦେଇ ଦର୍ଶକମାନଙ୍କ ଭରପୁର ମନୋରଞ୍ଜନ କରିବା ପାଇଁ।

ପଶ୍ଚିମ ଓଡିଶାର ପ୍ରସିଦ୍ଧ ସଙ୍ଗୀତ ସାଧନା, ଲୋଇସିଂହା ପୁନାକୁ ଆସୁଛି ତାଙ୍କର ଅଦ୍ଭୂତପୂର୍ବ ନୃତ୍ୟ, ବାଦ୍ୟ ଓ ସଂଗୀତ ଶୈଳୀ ପ୍ରସ୍ତୁତ କରି ଦର୍ଶକ ମାନଙ୍କ ମନ ମୋହି ନେବା ପାଇଁ।

ନୂଆଁଖାଇ ପୁନାର ଅନ୍ୟତମ ଆକର୍ଷଣ ହେଉଛି ପଶ୍ଚିମ ଓଡିଶାର ସୁସ୍ୱାଦୁ ବ୍ୟଞ୍ଜନ।ଏଥିପାଇଁ ଖାସ୍ ଓଡିଶାରୁ ଡକା ହେଉଛି ଖାନସାମାମାନଙ୍କୁ, ବିଭିନ୍ନ ପ୍ରକାରର ଆଞ୍ଚଳିକ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ। ଏତଦବ୍ୟତୀତ ସ୍ଥାନୀୟ କଳାକାରମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଉଛି ନିଜ ନିଜ କଳା ପରିବେଷଣ କରିବା ପାଇଁ।

ଦିନକୁ ଦିନ ବୃଦ୍ଧି ହେଉ ଥିବା ଲୋକପ୍ରିୟତାକୁ ଦେଖି BCA ପୁନା ଲୋକଙ୍କ ସୁବିଧା ପାଇଁ ୨୦୦୦ ଲୋକ ବସି ପାରୁଥିବା ଭଳି ଜ୍ଞାନଦୀପ ମଙ୍ଗଳ କାର୍ଯ୍ୟାଳୟ, ପାସାଣଠାରେ ନୂଆଁଖାଇ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି। ସୋସିଆଲ ମିଡ଼ିଆରେ ମଧ୍ୟ ନୂଆଁଖାଇ ପୁନାର ବହୁଳ ପ୍ରଚାର ହେଉଛି।

ପୁନା ଏବଂ ଏହାର ପାଖାପାଖି ଅଞ୍ଚଳରେ ରହୁଥିବା ସମସ୍ତ ଓଡିଶା ବାସୀଙ୍କୁ ବିସିଏ ପୁନା ଏହି ପର୍ବରେ ଯୋଗ ଦେବା ପାଇଁ ସମସ୍ତଙ୍କୁ ନମ୍ରତାର ସହ ଜଣେଇଛି।

ମୋଟାମୋଟି ଭାବେ ଦେଖିବାକୁ ଗଲେ ନୂଆଁଖାଇ ପୁନା, ଦର୍ଶକମାନଙ୍କ ପାଇଁ ନିଶ୍ଚିତ ଭାବରେ ଖୁବ୍ ଚିତ୍ତାକର୍ଷକ ଓ ମନୋରଞ୍ଜନ ହେବାକୁ ଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top