ପୁତୁରା ଗୁଳି ମାଡ଼ରେ କକା ଗୁରୁତର

ଟିଟିଲାଗଡ଼ ୯-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ନିକଟସ୍ଥ ମାଲିସିରା ଗ୍ରାମର ମଦନ ପୁଟେଲ ନାମକ ଜଣେ ବ୍ୟକ୍ତିଙ୍କୁ ଜମିବାଡ଼ିକୁ ନେଇ ରାଗ ରଖି ଉକ୍ତ ଗ୍ରାମର ତୁଲାରାମ ପୁଟେଲ ଜିଏକି ସମ୍ପର୍କୀୟ ପୁତୁରା ଅତର୍କିତ ଭାବେ ଗୁଳି କରି ଦେଇଛି। ଫଳରେ ମଦନଙ୍କ ଛlତିରେ ୨ଟି ଗୁଳି ବାଜିଥିଲା। ପ୍ରକାଶଯେ, ମଦନଙ୍କ ପୁତୁରା ତୁଲାରାମ ସହ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ମଦନ ତାଙ୍କ ଜମିକୁ ଯାଇଥିବା ବେଳେ ସେଠି ପୂର୍ବରୁ ଜଗି ରହିଥିବା ତୁଲାରାମଙ୍କ ସହ ପାଟି ତୁଣ୍ଡ ହୋଇଥିଲା ଓ ପରେ ସେ ତା ଅଣ୍ଟାରେ ରଖିଥିବା ଦେଶୀ ପିସ୍ତଲ କାଢି ଦୁଇଟି ଗୁଳି ମାରିଥିଲା। ତାଙ୍କୁ ଗୁରୁତର ଭାବେ ପରିବାର ଲୋକେ ଟିଟିଲାଗଡ ଡାକ୍ତରଖାନାକୁ ଆଣିଥିଲେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ପରିବାର ଲୋକେ ଉକ୍ତ ବନ୍ଧୁକ ଆଣି ଟିଟିଲାଗଡ ଥାନାଧିକାରୀଙ୍କ ନିକଟରେ ଜମା କରିଥିବା ବେଳେ ଉକ୍ତ ଅଭିଯୁକ୍ତ ଫେରାର ଅଛି। ଏ ନେଇ ପୋଲିସ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *