ପୁଣ୍ୟ ଉକôଳ ପକ୍ଷରୁ ଜାତୀୟ କବି ବାଞ୍ଝାନିଧି ଙ୍କର ୧୨୧ତମ ଜୟନ୍ତୀ ପାଳିତ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) :  କବି ବାଞ୍ଝାନିଧି ମହାନ୍ତି ଥିଲେ  ଜାତୀୟ  ଚେତନାର  ବାର୍ତ୍ତାବହ ।  ତାଙ୍କର କବିତା ଗୁଡିକରେ  ଜାତୀୟ  ଚେତନାରେ  ଉଦ୍ବୁଧ ହେବାସହ  ବିପ୍ଳବର ବହ୍ନିକୁ  ତେଜିୟାନ କରୁଥିଲା ବୋଲି ପୁଣ୍ୟ ଉକôଳ  ଭଦ୍ରକ ଜିଲା ଶାଖା  ଆନୁକୂଲ୍ୟରେ   ଶ୍ରୀ ଜଗନ୍ନାଥ  ଇଷ୍ଟିଚୁ୍ୟଟ,  ଜାନୁଗଞ୍ଜ, ଭଦ୍ରକ  ଠାରେ ଅନୁଷ୍ଠିତ ହୋଇଥିବା ୧୨୧ତମ ଜୟନ୍ତୀ ଉସôବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି  ।  ଭଦ୍ରକ ଜିଲ୍ଲା  ସଭାପତି  ରବିନାରାୟଣ ଖିଲାରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ  ସମାରୋହରେ ସାହିତ୍ୟଏକାଡେମୀ ସଦସ୍ୟ  ଇଂ ଅଭୟ ସୂତାର  ସଭାପତିତ୍ୱ  କରିଥିଲେ ।ମୁଖ୍ୟଅତିଥିଭାବୈ  ପୂର୍ବତନ  ପରିକ୍ଷା  ନିୟନ୍ତକ  ପ୍ରଫେସର  ଅଟଳ ବିହାରୀ ନାୟକ, ମୁଖ୍ୟବକ୍ତା ବିଶିଷ୍ଟ ନାଟ୍ୟ ନିଦେ୍ର୍ଦଶକ    ଲଲାଟେନ୍ଦୁ  ମହାନ୍ତି, ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ନିହାର ରଂଜନ କର, ନାଟ୍ୟଶ୍ରୀ ନିର୍ମଳ  ଚନ୍ଦ୍ର ରାଉତ ସମାଜସେବୀ ସତ୍ୟସୁନ୍ଦରପାତ୍ର,  କୃତୀ ଶିକ୍ଷକ ପ୍ରଭାକର  ପରିଡା,   ଅଧ୍ୟାପକ   ଅଜୟ କୁମାର  ଦାସ,    ଅଧ୍ୟାପକ  ଯୋଗେଶ  ପଣ୍ଡା,  ଅଧ୍ୟାପକ  ପିତାମ୍ବର  ରାଉତ, ଅଧ୍ୟାପକ ନିରଂଜନ  ମଲିକ ପ୍ରମୁଖ   ଯୋଗଦେଇ   କବି  ବାଞ୍ଝାନିଧିଙ୍କ  ଉପରେ  ବକ୍ତବ୍ୟ ପ୍ରଦାନ କରିଥିଲେ   । କୋଚିଂ ସେଣ୍ଟର ନିଦେ୍ର୍ଦଶକ   ଦୀପକ କୁମାର ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ   ନିଦେ୍ର୍ଦଶିକା  ସୁଜାତା ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।   ଏହି ଜୟନ୍ତୀ  ଉସôବରେ   ବହୁ ଛାତ୍ରଛାତ୍ରୀ ,ଅଭିଭାବକ,  କର୍ମଚାରୀ  ଉପସ୍ଥିତ ରହି  ଜାତୀତ କବିଙ୍କ ପ୍ରତି ଶ୍ରଦ୍ଧା  ସୁମନ ଅର୍ପଣ କରିଥିଲେ । ଉକ୍ତ  କାର୍ଯ୍ୟକ୍ରମକୁ  କବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *