ଜିଲ୍ଲା ପରିକ୍ରମା

ପୁଣି ହାତୀ ଆତଙ୍କ, ସ୍କୁଲ କବାଟ ଭାଙ୍ଗି ୧କୁଇଣ୍ଟାଲ ରୁ ଅଧିକ ଚାଉଳ ଖାଇଲା ହାତୀ ଲୋକେ ଆତଙ୍କିତ

କରଞ୍ଜିଆ ୧୫/୭ (ଓଡ଼ିଆ ପୁଅ/ଦୀପକ କୁମାର ମହାନ୍ତ) ପାଞ୍ଚପୀଢ଼ ଉପଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି। ଜଙ୍ଗଲ କ୍ଷୟ ହେବାର ଲାଗିଥିବାରୁ ବିଭିନ୍ନ ଜଙ୍ଗଲ ଜନ୍ତୁ ଏବେ ଜନ ବସତି ମୁହାଁ ହେଉଛନ୍ତି। କେତେବେଳେ ହାତୀ ମଣିଷଙ୍କ ମଧ୍ୟରେ ସଂଘର୍ଷ ଚାଲିଛି ତ କେତେବେଳେ ଭାଲୁ ଆକ୍ରମଣରେ କାହାର ଜୀବନ ଯାଉଛି ଏପରି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ତେବେ ଏ ଦିଗରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ଅଭିଯାନ କରୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ। ଏପରି ଘଟଣା ଗତ କାଲି ବିଳମ୍ବିତ ରାତିରେ ଘଟିଛି। ଦରି ଗ୍ରାମ ପଞ୍ଚାୟତ ପିଛୁଳି ଗ୍ରାମଠାରେ ଥିବା ପି. ଏନ. ଯୋଡି ସ୍କୁଲର କବାଟ ଭାଙ୍ଗି ଏକ ଦନ୍ତା ହାତୀ ୧ କୁଇଣ୍ଟାଲରୁ ଅଧିକ ଚାଉଳ ଖାଇବା ସହିତ ସ୍କୁଲର କବାଟ ଝରକା ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀ ଘଉଡେଇବା ପାଇଁ ଚେଷ୍ଟା କରି ଥିଲେ ମଧ୍ୟ ହାତୀ ଆକ୍ରମଣ ଭୟରେ ଘଉଡେଇବା ସମ୍ବବ ହୋଇ ନ ଥିଲା। ହାତୀ ତା ଇଚ୍ଛା ଅନୁସାରେ ଖାଇ ନୂଆ ଦେଉଗାଁ, ଦରି, ପିଛୁଳି, ଡୁମୁରିଆ ପ୍ରଭୁତି ଗାଁ’ ମାନକୁ ଯାଇ ଆତଙ୍କ ମଚାଇ ଥିବା ଗ୍ରାମବାସୀଙ୍କ ଠୁ ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ବେବସ୍ଥା ଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ଚାରିମାନେ ଠିକ ସମୟରେ ଘଟଣା ସ୍ଥଳରେ ପହଞ୍ଚି ନ ପାରିବା କାରଣରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଗ୍ରାମବାସୀ କୁହନ୍ତି। ଏ ଦିଗରେ ବନ ବିଭାଗ କର୍ମଚାରୀମାନେ ଗ୍ରାମବାସୀଙ୍କୁ ସହ ଯୋଗ କରି ହାତୀକୁ କିପରି ଏ ଅଞ୍ଚଳରୁ ଘଉଡେଇବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ବନ ବିଭାଗ କର୍ମଚାରୀମାନଙ୍କୁ ଅନୁରଧ କରିଥିବା କୁହନ୍ତି। ସେହିପରି ପି.ଏନ.ଯୋଡି ସ୍କୁଲରେ ସମସ୍ତ ଚାଉଳ ହାତୀ ଖାଇ ଦେଇଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ ତୁରନ୍ତ ଚାଉଳ ଯୋଗାଇ ଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top