ପୁଣି ଲାଗିଲା ବାରୁଣାବନ୍ତ ପାାହାଡ଼ରେ ନିଆଁ

ଯାଜପୁର, ୦୨.୦୪.(ଓଡିଆ ପୁଅ/ମାନସ ରାଉତ)- ଗତ କିଛି ଦିନ ଧରି ବଡ଼ଚଣା ବ୍ଲକର ବିଭିନ୍ନ ପାହାଡ଼ରେ ନିଆ ଲାଗୁଥିବାର ଦେଖାଯାଉଛି। ବାରୁଣାବନ୍ତ ପାହାଡ଼ର ଚଣ୍ଡିନିମନ୍ଦିର-ମହାବିନାୟକ ରାସ୍ତାପାଶ୍ୱରେ ଥିବା ଜଙ୍ଗଲରେ, ଛତିଆର ଧନିଆ ପାହାଡ଼ରେ ନିଆଁଲାଗି ବହୁଗଛ ନଷ୍ଟ ହେବାପରେ ଆଜି ପୁନଃର୍ବାର ବାରୁଣା ବନ୍ତ ପାହାଡ଼ର ପାଦ ଦେଶରେ ଥିବା ବନବିଭାଗର ଅଫିସ ପଛପଟରେ ଆଜି ସକାଳୁ ନିଆଲାଗିଥିବାର ଦେଖାଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣି ପକାଇ ନିଆକୁ ଆୟତ କରିଥିଲେ। ନିଆ ବ୍ୟାପିବା ଦ୍ୱାରା ଅଧ କିଲୋମିଟର ପର୍ଯ୍ୟନ୍ତ ପରିଧିରେଥିବା ମୂଲ୍ୟବାନ ଗଛଗୁଡ଼ିକ ନଷ୍ଟ ହେବାର ଦେଖାଯାଇଛି। ନିଆଁ ଲାଗିବାର ନିଦ୍ଧିଷ୍ଟ କାରଣ ଜଣାନଥିଲେ ମଧ୍ୟ ଜଙ୍ଘଲକ ଜାଳେଣି ପାଇଁ ଯାଉଥିବା ଲୋକମାନେ ବିଡ଼ି ସିଗାରେଟ୍ ଖାଇ ତଲେପକାଇବାରୁ ନିଆ ଲାଗୁଥିବାର ଅନୁମାନ କରାଯାଉଛି। ବାରମ୍ବାର ଏପରି ନିଆଁ ଲାଗିବାରୁ ପରିବେଶବିତ ମଧ୍ୟରେ ଅସନ୍ତୋଷ ଦେଖାଦେଇଅଛି। ବନ ବିଭାଗ ପକ୍ଷରୁ ନିକଟସ୍ଥ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *