ପୁଣି ଭାଇରାଲ ହେଲା ଭିଡିଓ

ନୟାଗଡ, (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା)): ଚାରିଆଡେ ଶୂନଶାନ। କେହି ଦେଖିବାକୁ ନାହାନ୍ତି। ପୂରା ମୌକା ମିଳିଗଲା। ବାସ ଏହାପରେ ଚାଲିଲା ମୌଜ। ସିଧା କହିବାକୁ ଜଙ୍ଗଲରେ ଜସନ ମନାଇଲେ ପ୍ରେମୀ ଯୁଗଳ। ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଏବେ ସବୁଠି ଚର୍ଚ୍ଚା ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଞ୍ଚଳରେ ଯାହାକି ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭିଡ଼ିଓ ଭାଇରାଲ ପୁଣି ଆନ୍ତର୍ଜାତୀୟ ମହିଳା ଦିବସରେ ହିଁ ହୋଇଥିବା ଶୁଣିବାକୁ ମିଳୁଛି। ଏହାକୁ ନେଇ ମାମଲା ବି ଥାନାରେ ପହଞ୍ଚିଛି। କିନ୍ତୁ ର୍ଦୁଭାଗ୍ୟ ଏଯାବତ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ପୁଲିସ।

ସେପଟେ ୩ଟି ଫେଜରେ ଭିଡ଼ିଓ ରେର୍କଡିଂ କରାଯାଇଛି। ପ୍ରଥମେ ରୋମାନ୍ସ ଆଉ ତା’ ପରେ ଶାରୀରିକ ମଜା ନେବାର ଭିଡ଼ିଓ ଏବେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି। ବାରମ୍ବାର ଭିଡ଼ିଓ ଭାଇରାଲ ହେବା ଓ ଏଥିରେ ବିଶେଷ କରି ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି ରହିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ହୋଇଛି।

ଏତିକି ନୁହେଁ ଅଭିଭାବକ ମହଲରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତେବେ ଏହି ଭାଇରାଲ ଭିଡ଼ିଓ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ କଣ୍ଟିଲୋ ଅଂଚଳରେ ହୋଇଥିବା ଜଣାପଡିଛି। ଏକ କଲେଜରେ ପଢ଼ୁଥିବା ଏହି ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ କେମିତି ହେଲା ତାହା ଜଣାପଡିନାହିଁ। ପୁଅ ହିଁ ଭିଡ଼ିଓ ଭାଇରାଲ କରିଥିବା ଝିଅଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଯାହାର ପରିଣାମ ଏବେ ସାଂଘାତିକ ହୋଇଛି। ଭିଡ଼ିଓ ଭାଇରାଲରେ ଛାତ୍ରୀ ଜଣକ ନାବାଳିକା ବୋଲି ଜଣାପଡିଥିବା ବେଳେ ଯୁବକ ଜଣକ ସାବାଳକ ଥିବା କୁହାଯାଉଛି।

ଖବର ଅନୁସାରେ, ଉଭୟ କଲେଜ ପରେ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ। ସେଠାରେ ଉଭୟ ପରଷ୍ପର ଆକୃଷ୍ଟ ହୋଇଥିଲେ। ଯାହାର ଟିକିନିକ ଭିଡ଼ିଓ ସୁଟିଂ କରିଥିଲା ପୁଅ। ପ୍ରଥମେ ଯଦିଓ ଝିଅ ଏହାକୁ ବାରଣ କରୁଥିଲା କିନ୍ତୁ ଶେଷରେ ଝିଅ ଚୁପ ରହିଥିବା ଭିଡ଼ିଓରୁ ଜଣାପଡୁଛି। ଗୋଟିଏ ପଟେ ଭାଇରାଲ ଭିଡ଼ିଓ ଉପରେ ରୋକ ଲଗାଇବାକୁ ପୁଲିସ ସ୍ତରରେ ଚେଷ୍ଟା ଜାରି ରହିଥିବା ବେଳେ ଏପଟେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବା ପ୍ରମାଣ କରୁଛି ଜମାରୁ ଚେତୁନାହାନ୍ତି ଯୁବଗୋଷ୍ଠୀ।

ଅନ୍ୟପକ୍ଷେରେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ଖୋଳତାଡ ଆରମ୍ଭ ହୋଇଛି।ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ କିଏ ଏହି ଭିଡିଓ ଭାଇରାଲ କରିଛି ତାହାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *