ଓଡ଼ିଶା

ପୁଣି ଭାଇରଲ ହେଲା ଯୁବକ ଯୁବତୀଙ୍କ ଅଶ୍ଲିଳ ଫଟୋ: ଥାନାରେ ମାମଲା

ଖୋର୍ଦ୍ଧା ୧୫/୩ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ କଣ୍ଟିଲୋ ଅଞ୍ଚଳରେ ଅଶ୍ଲୀଳ ଭିଡିଓ ଭାଇରାଲ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉ ଏକ ଝିଅର ଫଟୋ ଭାଇରାଲ ହେବା ପରେ ଏବେ ବେଗୁନିଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାପା। ଅଭିଯୁକ୍ତ ଓ ତାଙ୍କ ବାପାଙ୍କ ନାଁରେ ରୁଜୁ କରିଛନ୍ତି ମାମଲା। ଖୋର୍ଦ୍ଦା ବେଗୁନିଆ କଲେଜର ଜଣେ ଛାତ୍ରୀଙ୍କ ଫଟୋ ଭାଇରାଲ ହେବା ପରେ ସବୁଠି ଚର୍ଚ୍ଚା ଜୋର ଧରିଛି।

ସୁଶାନ୍ତ ସେଠୀ ନାମକ ଜଣେ ଯୁବକଙ୍କ ଫେସବୁକ ଆଇଡିରୁ ଏହି ଫଟୋ ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ପୂର୍ବ ରାଗକୁ କେନ୍ଦ୍ର କରି ଏହି କାଣ୍ଡ ଭିଆଯାଇଛି। କଲେଜ ପୋଷାକରେ ଥିବା ଯୁବତୀଙ୍କ ଫଟୋ ଭାଇରାଲ ହେବାକୁ ନେଇ ଏବେ ଅଭିଵାବକ ମହଲରେ ଚିନ୍ତାର କାରଣ ପାଲଟିଛି।

ଅନ୍ୟପକ୍ଷେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଥିବା ବେଳେ ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top