ପୁଣି ଗୋଲମାଲ ପ୍ରସ୍ତୁତିରେ ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ବର୍ଷ ୨୦୦୬ରେ ଆସିଥିବା ଫିଲ୍ମ ଗୋଲମାଲର ଆଜିପର୍ଯ୍ୟନ୍ତ ଚାରୋଟି ପାର୍ଟ ରିଲିଜ ହୋଇଗଲାଣି। ଏହି ଚୋରୋଟି ପାର୍ଟକୁ ଦର୍ଶକଙ୍କର ପ୍ରେମ ମିଳିବା ଛଡ଼ା ବକ୍ସ ଅଫିସରେ ମଧ୍ୟ ରେକର୍ଡ ବନାଇବାରେ ସକ୍ଷମ ହୋଇପାରିଛି। ନିକଟରେ ରିଲିଜ ହୋଇଥିବା ଗୋଲମାଲର ଚତୁର୍ଥ ପାର୍ଟ ଫିଲ୍ମ ଗୋଲମାଲ ଅଗେନ ମଧ୍ୟ ବକ୍ସ ଅଫିସରେ ଧୂମ ମଚାଉଛି। ଏହି ଫିଲ୍ମ ଚଳିତ ବର୍ଷର ସବୁଠାରୁ ବଡ଼ ଓପନର ପ୍ରମାଣିତ ହେବାକୁ ଯାଉଛି।

https://twitter.com/GolmaalMovie/status/922447048439349248

କେବଳ ଏତିକି ନୁହେଁ ଏବେ ଏହାର ପଞ୍ଚମ ପାର୍ଟର ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏହାକୁ ନେଇ ଫିଲ୍ମର ଟିମ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *