ପୁଣି ଖୋଲିଲା ପ୍ଲାନେଟୋରିୟମ

ସମ୍ବଲପୁର, ୧୩/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଡିଜିଷ୍ଟାର -୫ ସିଷ୍ଟମର ପାସୱାର୍ଡ଼ ଲକ ହୋଇଯିବା ଯୋଗୁଁ ଗତ କିଛି ଦିନ ଧରି ବୁର୍ଲା ସ୍ଥିତ ପ୍ଲାନେଟୋରିୟମ ଗତକାଲି ରବିବାର ଠାରୁ ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି। ଏହି ପ୍ଲାନେଟୋରିୟମ ପାଇଁ ଅଣାଯାଇଥିବା ଡିଜିଷ୍ଟାର-୫ ସିଷ୍ଟମ ପାଇଁ କମ୍ପାନୀକୁ କିଛି ବକେୟା ଟଙ୍କା ଦେବାର ଥିଲା। ତେବେ ଏ ଦିଗରେ ସରକାରୀ ପ୍ରକ୍ରିୟା ଚାଲିଥିବା ବେଳେ ସିଷ୍ଟମଟି ବନ୍ଦ ହୋଇଯାଇଥିଲା। ହେଲେ କମ୍ପାନୀରୁ ପାସୱାର୍ଡ଼ ଆସିବା ପରେ ପୁନର୍ବାର ସ୍ୱାଭାବିକ ଭାବେ ପ୍ଲାନେଟୋରିୟମ କାର୍ଯ୍ୟାରମ୍ଭ କରିଛି। ଏଥିଯୋଗୁଁ ବୁର୍ଲାରେ ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଏଣେ ଗତକାଲି ରବିବାର ଥିବାରୁ ପ୍ଲାନେଟୋରିୟମ ଏବଂ ସାଇନ୍ସ ପାର୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ପଡ଼ୋଶୀ ଛତିଶଗଡ଼ରୁ ସମ୍ବଲପୁର ଆଡ଼କୁ ଆସିଥିବା ଅନେକ ଲୋକ କାଲି ପ୍ଲାନେଟୋରିୟମକୁ ଆସିଥିଲେ।

Leave a Reply

Your email address will not be published. Required fields are marked *