ପୁଞ୍ଜି ନିବେଶ ସୃଷ୍ଟି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ – ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୨୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ, ସୃଷ୍ଟି କରିବ ୮୯୫୩ କର୍ମନିଯୁକ୍ତି

ଭୁବନେଶ୍ୱର, ୨୮ ମେ’ ୨୦୧୮ (ଓଡ଼ିଆ ପୁଅ): ପୂର୍ବ ଭାରତର ମାନୁଫାକ୍‌ଚରିଂ ପେଣ୍ଠ ହେବା ପଥରେ ଓଡ଼ିଶା ଆଗେଇ ଚାଲିଛି। ଏହି ପଦକ୍ଷେପ ସ୍ୱରୂପ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ସଚିବାଳୟଠାରେ ଭିଡିଓ କନ୍‌ଫରେନସିଂ ଜରିଆରେ ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୬ ପରେ ୨୦୧୭ ନଭେମ୍ବରରେ ୧୫ଟି ମାନୁଫାକ୍‌ଚରିଂ ୟୁନିଟ୍‌ର ପ୍ରଥମ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୧୧, ୬୯୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜିନିବେଶ ବାସ୍ତବ ରୂପ ନେଇଥିଲା ଏବଂ ୮, ୧୮୭ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୭ଟି ମାନୁଫାକ୍‌ଚରିଂ ୟୁନିଟର ଉଦ୍‌ଘାଟନ ଏବଂ ୧୨ଟି ୟୁନିଟର ଭୂମିପୂଜନ ହୋଇଛି। ଏହାଦ୍ୱାରା ମୋଟ୍ ୨, ୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ବାସ୍ତବ ରୂପ ନେଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଖଣିଜ ଭିତିକ ଶିଳ୍ପ ବାଦ୍ ବ୍ୟାପକ ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାରଙ୍କଭିଜକୁ ଏହି ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ବୟନ ଓ ପୋଷାକ, କେମିକାଲ୍ସ, ସାର, ସିମେଟ୍, ଖାଦ୍ୟ ପ୍ରକ୍ରିୟାକରଣ, ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ରହିଛି।

ଏ ଉତ୍ସବ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ଆମ୍ଭର ଶିଳ୍ପ ବିକାଶ ଯାତ୍ରାରେ ୨୦୧୬ର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ଏହା ଖଣି, ମେଟାଲ ଓ ଶକ୍ତି ଭଳି ପାରମ୍ପରିକ କ୍ଷେତ୍ର ବା ଅନ୍ୟ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆଗ୍ରହ ସୃଷ୍ଟିରେ ସହାୟକ ହୋଇଥିଲା। ଏହି କକ୍ଲେଭ ସମୟରେ ଆସିଥିବା ପୁଞ୍ଜିନିବେଶ ଆଗ୍ରହକୁ ତତ୍କାଳ ବାସ୍ତବ ରୂପ ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ତୁରନ୍ତ ଜମି, ୟୁଟିଲିଟି ଓ ବିଭାଗୀୟ ମଞ୍ଜୁରି ଭଳି ଆବଶ୍ୟକୀୟ ସହାୟତା ଉପଲବ୍ଧ କରାଇବାକୁ ମୋ ସରକାର ସମର୍ପିତ ଭାବେ କାର୍ଯ୍ୟ କରିଛି। ମୁଁ ଆପଣମାନଙ୍କୁ ଆନନ୍ଦର ସହ ଜଣାଇବାକୁ ଚାହେଁ ଯେ ୨୦୧୭ ନଭେମ୍ବର ୧୬ରେ ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୨ଟି ପ୍ରକଳ୍ପ ଆଜି ଉଦ୍ଘାଟିତ ହୋଇଯାଇଛି ଏବଂ ଆଉ ୬ ମାସରୁ ସାମାନ୍ୟ ଅଧିକ ସମୟ ମଧ୍ୟରେ ସେଗୁଡ଼ିକରୁ ଉତ୍ପାଦନ ଆରମ୍ଭ ହେବ। ପୁଞ୍ଜିନିବେଶ କାର୍ଯ୍ୟକାରିତା ହାରରେ ଭାରତର ୧ ନମ୍ବର ରାଜ୍ୟ ଭାବେ ଏହା ଆମକୁ ପ୍ରମାଣିତ କରୁଛି।” ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ଦ୍ୱିତୀୟ ସଂସ୍କରଣ ଦ୍ୱିବାର୍ଷିକ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ ଭୁବନେଶ୍ବରଠାରେ ୨୦୧୮ ନଭେମ୍ବର ୧ ୧ରୁ ୧୫ ଯାଏଁ ଅନୁଷ୍ଠିତ ହେବ।

 

ଉଦ୍‌ଘାଟନ ଓ ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୟୁନିଟ୍‌ଗୁଡ଼ିକର ତାଲିକା ନିମ୍ନରେ ପ୍ରଦାନ କରାଗଲା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍‌- ୨୦୨୫ର ଅଂଶସ୍ୱରୂପ ୨.୫ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଆକୃଷ୍ଟ ସହ ୩୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଓଡ଼ିଶା ସରକାର ସମସ୍ତ ଫୋକସ୍ କ୍ଷେତ୍ରରେ ଶିଳ୍ପ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ ଆଦର୍ଶ ବ୍ୟବବସାୟ ଇକୋସିଷ୍ଟମ୍ ସୃଷ୍ଟି କରିଥିବାରୁ ଓଡ଼ିଶାର ନିର୍ଦ୍ଦେଶକ ଅନୁକୂଳ ନୀତି ଏବଂ ବିଶ୍ୱ ଶ୍ରେଣୀୟ। ଭିତ୍ତିଭୂମି ବିକାଶ ସାରା ଦେଶର ନିବେଶକଙ୍କ ନିକଟରୁ ବେଶ୍ ସକାରାତ୍ମକ ପ୍ରତିକ୍ରିୟା ପାଇଛି। ଓଡ଼ିଶାରେ ୟୁନିଟ୍ ସ୍ଥାପନ ଓ ପରିଚାଳନା ପାଇଁ ସହଜ କରାଇବା ଉଦ୍ଦେଶ୍ୟରେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକ ବ୍ୟବସାୟ ସଂସ୍କାର କାର୍ଯ୍ୟକ୍ରମ ଚାଲୁ କରିଛନ୍ତି। ଏହି କାରଣରୁ ୨୦୧୬ର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରିପୋର୍ଟରେ ୯୨.୭୩% ସ୍କୋର ସହ ଓଡ଼ିଶା ‘ଲିଡର୍’ ଭାବେ ସ୍ୱୀକୃତି ପାଇଛି।

ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହାରରେ ଆସୋଚାମ୍ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ରାଙ୍କିଙ୍ଗ କରିଛି ଏବଂ ଭାରତର ଲାଇଭ୍ ମାନୁଫାକ୍‌ଚରିଂ ପୁଞ୍ଜିନିବେଶ ଆଧାରରେ ଦେଶର ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ୨୦୧୬-୧୭ରେ ଓଡ଼ିଶାର ଜିଏସ୍‌ଡିପି ଅଭିବୃଦ୍ଧି ୭.୯୪% ରହିଛି, ଯାହାକି ଜାତୀୟ ଅଭିବୃଦ୍ଧି ହାର ୭.୧% ତୁଳନାରେ ଢେର ଅଧିକ।

 

 

Leave a Reply

Your email address will not be published. Required fields are marked *