ଓଡ଼ିଶା

ପୁଚି ଖେଳିବା ବେଳେ ୧୦ ଛାତ୍ରୀ ଅଚେତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବଡ଼ସାହିର ଉନ୍ନୀତ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିବା ବେଳେ ଶନିବାର ଅପରାହ୍ନ ୨ଟାରେ ଅଘଟଣ ଘଟିଛି। ପୁଚି ଖେଳରେ ଭାଗ ନେଇଥିବା ୧୦ ଜଣ ଛାତ୍ରୀ ଅଚେତ ହୋଇ ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ପାଣି ଛିଞ୍ଚିବା ପରେ ୭ ଜଣଙ୍କ ଚେତା ଫେରିଥିଲା। ତେବେ ଜ୍ୟୋତି ମିର୍ଦ୍ଧା (୧୩), ଅଭିଯାତ୍ରୀ ମିର୍ଦ୍ଧା (୧୨) ଓ ପ୍ରିୟଙ୍କା କିଷାନ (୧୧)ଙ୍କୁ ଜିଲ୍ଲା ସଦର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଶିଶୁ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କାଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ଅନ୍ୟ ୨ ଜଣଙ୍କୁ କ୍ୟାବିନରେ ଚିକିତ୍ସା କରାଯାଉଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top