ଓଡ଼ିଶା

ପୁଅର ଠେଙ୍ଗା ମାଡ଼ରେ ବାପ ମୃତ

ଘଟଗାଁ, ୨୨.୦୮(ଓଡିଆ ପୁଅ/ଭବାନିପ୍ରସାଦ)-ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗ୍ରାମରେ ପୁଅର ଠେଙ୍ଗା ମାଡରେ ବାପ ମୃତ. ମୃତକ ରବି ନାଏକ(୪୦) ଅଭିଯିକ୍ତ ପୁଅ ରସାନନ୍ଦ ନାଏକ ଓ ସହଯୋଗି ଦୁଲ୍ଲଭ ନାଏକ ଥାନାରେ ଅଟକ। ସୂଚନା ମୁତାବକ ପାରିବାରିକ କଳହକୁ ନେଇ ମଙ୍ଗଳବାର ସଂଧ୍ୟା ସମୟରେ ରସାନନ୍ଦ ଓ ଦୁଲ୍ଲଭ ମଦ୍ୟପାନ କରି ରବି ନାଏକଙ୍କ ସାଙ୍ଗରେ ଝଗଡ଼ା ଲାଗିଥିଲେ। ତାହାକୁ ନେଇ ରସାନନ୍ଦ ଓ ସହଯୋଗୀ ରାଗି ଯାଇ ରବିଙ୍କୁ ଠେଙ୍ଗାରେ ମାଡ ମାରିଥିବାର ଜଣାପଡିଛି। ଉକ୍ତ ଠେଙ୍ଗା ମାଡରେ ରବିଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମର ଲୋକମାନେ ଖବର ପାଇ ସଙ୍ଗେ ସଙ୍ଗେ ପଣ୍ଡାପଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇଥିବା ସହ ତଦନ୍ତ ଆରମ୍ଭ କରିଛି। ରସାନନ୍ଦ ଓ ଦୁଲ୍ଲଭ ନାଏକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇବା ସହ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଜାରି ରଖିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top