ପୁଅର ଠେଙ୍ଗା ମାଡରେ ବାପର ମୃତ୍ୟୁ, ଅଭିଯୁକ୍ତ ଥାନାରେ ଅଟକ

ହରିଚନ୍ଦନପୁର, ତା ୨୨ ଅଗଷ୍ଟ, (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ପଣ୍ଡାପଡା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗ୍ରାମର ରସାନନ୍ଦ ନାଏକଙ୍କ ଠେଙ୍ଗା ମାଡରେ ବାପ ରବି ନାଏକ(୫୦)ଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ପାରିବାରିକ କଳହକୁ ନେଇ ମଙ୍ଗଳବାର ସଂଧ୍ୟା ସମୟରେ ରସାନନ୍ଦ ଓ ସାଥି ଦୁଲ୍ଲଭ ନାଏକ ମଦ୍ୟପାନ କରି ରବି ନାଏକଙ୍କ ସାଙ୍ଗରେ ଝଗଡ଼ା ଲାଗିଥିଲେ। ତାହାକୁ ନେଇ ରସାନନ୍ଦ ଓ ସହଯୋଗୀ ରାଗି ଯାଇ ରବିଙ୍କୁ ଠେଙ୍ଗାରେ ମାଡ ମାରିଥିବାର ଜଣାପଡିଛି। ଉକ୍ତ ଠେଙ୍ଗା ମାଡରେ ରବିଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଗ୍ରାମର ଲୋକମାନେ ଜାଣିବା ପରେ ସଙ୍ଗେ ସଙ୍ଗେ ପଣ୍ଡାପଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇଥିବା ସହ ତଦନ୍ତ ଆରମ୍ଭ କରିଛି। ରସାନନ୍ଦ ଓ ଦୁଲ୍ଲଭ ନାଏକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇବା ସହ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଜାରି ରଖିଛି।

Leave a Reply

Your email address will not be published. Required fields are marked *