ପୁଅକୁ ସାମନାରେ ପାଇ ମଧ୍ୟ ଛୁଇଁବାକୁ ପାଇଲେନି କୁଲଭୂଷଣ ଜାଦବଙ୍କ ମା’

ନୂଆଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ପାକିସ୍ତାନ ଜେଲରେ ବନ୍ଦ ଭାରତୀୟ କୈଦୀ କୁଲଭୂଷଣ ଜାଦବ ଏବଂ ତାଙ୍କର ପରିବାର ପାଇଁ ପ୍ରକୃତରେ ଆଜି ବଡ଼ ଦିନ। ସୂଚନା ମୁତାବକ ସୋମବାର ୨୫ ଡିସେମ୍ବର ଜାଦବଙ୍କ ପତ୍ନୀ ଏବଂ ମା’ ଇସ୍ଲାମାବାଦ ବିଦେଶ ମନ୍ତ୍ରଣାଳୟରେ ସାକ୍ଷାତ କରିଛନ୍ତି। ତାଙ୍କ ମଧ୍ୟରେ ପ୍ରାୟ ୩୦ ମିନଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛି। କିନ୍ତୁ ଏହି ସାକ୍ଷାତ ପରେ ମଧ୍ୟ ମା’ ପୁଅଙ୍କ ମଧ୍ୟରେ କିଛି ଅଧୂରା ରହିଯାଇଛି। ମା’ ପୁଅ ସାମନାରେ ହୋଇ ମଧ୍ୟ କେହି କାହାକୁ ଛୁଇଁ ପାରିଲେ ନାହିଁ। ନାଁ, ପୁଅ ମା’ କୁ କୁଣ୍ଢେଇ ପାରିଲା ନାଁ ମା’ ପୁଅକୁ ଗଳାରେ ଲଗାଇ ପାରିଲା।

ସାକ୍ଷାତ ସମୟରେ କୁଲଭୂଷଣ ଏବଂ ତାଙ୍କର ପରିବାର ମଧ୍ୟରେ ଏକ କାଚର କାନ୍ଥ ଥିଲା। ସେଠାରେ ଏହି ସାକ୍ଷାତ ସମୟରେ ପାକିସ୍ତାନ ତରଫରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା। ପାକିସ୍ତାନୀ ରେଞ୍ଜର୍ସ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ଼ର ଶାର୍ପ ସୁଟର୍ସଙ୍କୁ ସୁରକ୍ଷାରେ ଲଗାଯାଇଥିଲା। ସମ୍ୱନ୍ଧିତ କ୍ଷେତ୍ରରେ କୌଣସି ପ୍ରକାରର ବାହନକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇନଥିଲା। ସାକ୍ଷାତର ସମୟରେ ଭାରତର ରାଜନୟିକ ଜେପୀ ସିଂହ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *