ଓଡ଼ିଶା

ପିଡ଼ିତାଙ୍କୁ ଅଲଟ୍ରାସାଉଣ୍ଡ ମନା ଜିଲ୍ଲା ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ ଏନଏଚଆରସିଙ୍କ କୈଫିୟତ ତଲବ୍

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଛି। ଏହାକୁ ନେଇ ବାରମ୍ବାର ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଛି। କିନ୍ତୁ ଅବ୍ୟବସ୍ଥା ସୁଧୁରି ପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ କୈଫିୟତ ତଲବ କରିଛନ୍ତି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଭିତ୍ତିଭୂମୀ ଥିବା ସତ୍ତ୍ୱେ ମେଡ଼ିକାଲ କର୍ତ୍ତୃପକ୍ଷ ଜଣେ ପିଡ଼ିତାଙ୍କ ଅଲଟ୍ରାସାଉଣ୍ଡ ନକରି ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାର ସୋନୋଲଜି ବିଭାଗକୁ ପଠାଇବା ଘଟଣାରେ ଜଣାଶୁଣା ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଆୟୋଗ ଆସନ୍ତା ୪ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଚିକିତ୍ସାଳୟର ଭିତ୍ତିଭୂମୀ, ଅଲଟ୍ରାସାଉଣ୍ଡ, ଡ଼ାକ୍ତର, କର୍ମଚାରୀ ସଂଖ୍ୟା ସମେତ ସମସ୍ତ ଭିତ୍ତୀଭୂମୀ ଉପରେ ସବିଶେଷ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଥାଉକି ଚାନ୍ଦବାଲି ଅଞ୍ଚଳର ଜଣେ ପିଡ଼ିତାଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନୈକ ଡ଼ାକ୍ତର ଅଲଟ୍ରାସାଉଣ୍ଡ କରିବା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ସୋନୋଲଜିଷ୍ଟ ନଥିବା କହି ତାଙ୍କୁ କଟକ ପଠାଇ ଦିଆଯଇଥିଲା। ଏହା ମାନବାଧିକାରର ଖୋଲା ଉଲଂଘନ ବୋଲି ଅଭିଯୋଗ କରି ଶ୍ରୀ ତ୍ରିପାଠୀ ଏନଏଚଆରସିଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ। ସେ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତିଯେ ଘରୋଇ ଭାବରେ ଥିବା କେତେକ ଅଲଟ୍ରା ସାଉଣ୍ଡ କ୍ଲିନିକ ମାଲିକଙ୍କୁ ପ୍ରସେôାହିତ କରିବାକୁ ଏପରି କରାଯାଉଛି। ତେବେ ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ପିଟିସନକୁ ଶୁଣାଣୀ ପାଇଁ ଗ୍ରହଣ କରିଛନ୍ତି ଆୟୋଗ। ତେବେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ଦୀର୍ଘ ବର୍ଷ ଧରି ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଭଦ୍ରକ ଜିଲ୍ଲା ସମେତ ଆଂଶିକ ଯାଜପୁର, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର ପ୍ରାୟ ୧୫ଲକ୍ଷ ଜନସାଧାରଣ ଏହି ଚିକିତ୍ସାଳୟ ଉପରେ ନିର୍ଭରଶୀଳ। ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନାହାନ୍ତି। ଅଲଟ୍ରାସାଉଣ୍ଡ ଓ ରକ୍ତର ବହୁ ଗୁରୁତ୍ୱପୂର୍ଣ୍ଣ କେମିକାଲ ପରୀକ୍ଷା ଏଠାରେ ହେଉନାହିଁ। ଜିଲ୍ଲା ସବୁଠାରୁ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନ ଏଠାରେ ଥିଲେ ମଧ୍ୟ କାର୍ଯ୍ୟରେ ଆସୁନି। ପିଏନଡ଼ିଟି ଆକ୍ଟ ଅନୁଯାୟୀ ଗର୍ଭବତୀ ମହିଳାଙ୍କ ଅଲଟ୍ରାସାଉଣ୍ଡ ପରୀକ୍ଷା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡ଼ାକ୍ତର କରିବାକୁ ନିୟମ ରହିଥିଲେ ମଧ୍ୟ ମୁଖ୍ୟ ଚିକିତ୍ସାଧିକାରୀ ମେଡ଼ିକାଲର ଏହି ବିଶେଷଜ୍ଞମାନଙ୍କୁ ଠିକ ଭାବରେ ନିୟୋଜିତ କରି ପାରୁନାହାନ୍ତି। ଫଳରେ ମେସିନ ଏଠାରେ ଖତ ଖାଉଛି। ସେହିପରି ଦୀର୍ଘ ୧ବର୍ଷ ଧରି ମେଡ଼ିକାଲ କ୍ୟାମ୍ପସରେ ଥିଲା ଲିଫ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇ ପଡ଼ି ରହିଛି। ସିସି କ୍ୟାମେରା ଲଗାଇବାର ଯୋଜନା ପ୍ରସ୍ତାବ ମଧ୍ୟରେ ଅଟକି ରହିଛି। ଅନୁରୂପ ଚିକିତ୍ସାଳୟ ପରିସରରେ ପରିମଳ, ପାର୍କିଂ, ଆଇନଶୃଙ୍ଖଳା ସବୁକିଛି ବିପର୍ଯ୍ୟସ୍ଥ। ଏନଆରଏଚସିଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଜିଲ୍ଲା ଚିକିତ୍ସାଳୟ କର୍ତ୍ତୃପକ୍ଷ କି ପ୍ରକାର ତଥ୍ୟ ଦେଉଛନ୍ତି ଓ ଏ ଦିଗରେ ଆୟୋଗଙ୍କ କାର୍ଯ୍ୟାନୁଷ୍ଠା କ’ଣ ରହିବ ତାକୁ ରିହିଛି ସମସ୍ତଙ୍କର ଅପେକ୍ଷା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top