ପିସିସି ସଭାପତିଙ୍କ ଚତ୍ରକୋଣ୍ଡା ଅଞ୍ଚଳ ଗସ୍ତ, ଗୁରୁପ୍ରିୟା ସେତୁ ନିର୍ମାଣରେ ୭୪ କୋଟି ଦୁର୍ନିତି ନେଇ ରାଜ୍ୟ ସରକାରଙ୍କୁ ଘେରିଲେ

ମାଲକାନଗିରି, ୨।୯ (ଓଡ଼ିଆ ପୁଅ) ଗୁରୁପ୍ରିୟା ସେତୁ ନିର୍ମାଣରେ ବିଜେଡି ଦୁର୍ନିତି କରିଥିବା ଅଭିଯୋଗ କରିଛନ୍ତି ପି ସି ସି ସଭାପତି। ସେତୁ ପରିଦର୍ଶନ କରିବା ପୂବରୁ ପ୍ରେସ ମିଟରେ ଏଭଳି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ଏହା ସହ ଯୁବ ବଜୁ ବାହିନୀ ଗଠନ କରି ବିଜେଡି ଯୁବକମାନଙ୍କୁ ପ୍ରତାରିତ କରୁଥିବା କହିଛନ୍ତି। ଗୁରୁପ୍ରିୟା ସେତୁ ନିର୍ମାଣର ପରିକଳ୍ପନା କରିଥିଲା କଂଗ୍ରେସ। ତେବେ ନକ୍ସଲ ଏଥିରେ ବାଧକ ସାଜିଥିବାରୁ ତାହା ବନ୍ଦ ହେଇଥିଲା। ଏଥିରେ ବିଜେଡିର ଶ୍ରେୟ କହିବା ଭୁଲ ବରଂ ୭୪ କୋଟି ଦୁର୍ନିତିର କରିଥିବା ସି.ଏ.ଜି ରିପୋର୍ଟରେ ଧରା ପଡିଛି। ଏପରିକି ଖାଲି ପଡିଥିବା ପଦବୀରେ ନିଯୁକ୍ତି ନଦେଇ ବିଜୁ ବାହୀନି ଗଠନ କରି ଯୁବକମାନଙ୍କୁ ପ୍ରତାରଣା କରୁଛି ବିଜେଡି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି। ପିସିସି ସଭାପତିଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କଂଗ୍ରେସ ମୁଖପତ୍ର ସତ୍ୟପ୍ରିୟ ନାୟକ, ଜିଲ୍ଲା ସଭାପତି ଗୋବିନ୍ଦପାତ୍ର, ରାମ ପଟ୍ଟନାୟକ ପ୍ରମୁଖ କଂଗ୍ରେସ ନେତା ଏବଂ କର୍ମୀମାନେ ଚତ୍ରକୋଣ୍ଡା ଗସ୍ତ କରି ଗୁରୁପ୍ରିୟା ସେତୁ ସ୍ଥଳ ପରିଦର୍ଶନ କରି ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ଥର କରି ପିସିସି ସଭାପତିଙ୍କ ମାଲକାନଗିରି ଗସ୍ତ ଥିବାରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇ ଶୋଭାଯାତ୍ରାରେ କଂଗ୍ରେସ ଦଳ ପକ୍ଷରୁ ପାଛୋଟି ଅଣା ଯାଇଥିଲା।

Leave a Reply

Your email address will not be published. Required fields are marked *