ପିସାଙ୍କ ଦଶାହ କାର୍ଯ୍ୟଲାଗି କଟକରୁ ପୁରୀ ଆସିଥିଲେ: ସ୍ୱେତ ଗଙ୍ଗାରେ ବୁଡି ଛାତ୍ର ମୃତ

ପୁରୀ, ୨୯/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): -ଦୁର୍ଘଟଣା ପ୍ରାଣ ହରାଇଥିବା ପିସାଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ପୁରୀ ଆସିଥିଲେ। ହେଲେ ଫେରିବାର ମାତ୍ର କେଇଘଣ୍ଟା ପୂର୍ବରୁ ଘଟିଥିଲା ଅଘଟଣ। ସ୍ୱେତଗଙ୍ଗା ପୁସ୍କରିଣୀରେ ଗାଧୋଉଥିବା ବେଳେ କଟକର ରୋହିତ୍ ସାହୁ ବୁଡିଯାଇଥିଲେ ସୂଚନା ଅନୁଯାଇ କଟକ ପୁରୀଘାଟ ଅଚଂଳର ନାରାୟଣ ସାହୁଙ୍କ ୧୬ ବର୍ଷର ପୁଅ ହେଉଛନ୍ତି ରୋହିତ୍। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ରୋହିତ୍ ଜଣେ ମେଧାବୀ ଛାତ୍ର ଥିଲେ। ପୁଅର ଭବିଷ୍ୟତକୁ ନେଇ ବାପା ମାଆ ବହୁତ ଆଶା ରଖିଥିଲେ। ପିସାଙ୍କ ଦଶାହ କାର୍ଯ୍ୟଲାଗି ରୋହିତ୍ ପରିବାର ଲୋକଙ୍କ ସହ ପୁରୀ ଆସିଥିଲେ। ରୋହିତଙ୍କ ସମ୍ପକୀୟଙ୍କ ସୂଚନା ଅନୁଯାୟୀ ପରିବାର ଲୋକ ସମୁଦ୍ର କୂଳରେ ବୁଲାବୁଲି କରୁଥିବା ବେଳେ ରୋହିତ୍ କାହାକୁ ନ ଜଣାଇ ଅନ୍ୟଜଣଙ୍କ ସହିତ ସ୍ୱେତଗଙ୍ଗା ପୁସ୍କରିଣୀକୁ ଗାଧୋଇବାକୁ ଆସିଥିଲେ। ଗାଧୋଇବା ସମୟରେ ସେ ବୁଡିଯାଇଥିଲେ। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବହୁତ ସମୟ ଧରି ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରି ମେଡିକାଲ୍ କୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କୁମ୍ଭାରପଡା ଥାନା ଏକ ମୃତ୍ୟୁ ମାମଲା ରୁଜୁ କରିଛନ୍ତି।

Leave a Reply

Your email address will not be published. Required fields are marked *