ଓଡ଼ିଶା

ପିଲା ଚୋରୀ ସନ୍ଦେହ କରି ଯୁବକଙ୍କୁ ନିସ୍ତୁକ ମାଡ, କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି           

କେନ୍ଦୁଝର, ୦୧ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): :ସାରା ରାଜ୍ୟରେ ପିଲାଚୋରୀ ସନ୍ଦେହରେ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦୈନନ୍ଦିନ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଲୋକମାନେ ନୀରିହ ଲୋକମାନଙ୍କୁ ଆକ୍ରମଣ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ। କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ହୁଡକୋ କଲୋନୀ ନିକଟରେ ପିଲା ଚୋରୀ କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଦିନ ପ୍ରାୟ ୧୧.୩୦ ମିନିଟ ସମୟରେ ହୁଡକୋ କଲୋନୀରେ ରହୁଥିବା ନରୋତ୍ତମ ଲୋହାରଙ୍କ ପୁଅ ଦିଗାମ୍ବର ଲୋହାର କୌଣସି କାମରେ ଯାଉଥିବାବେଳେ ନିକଟରେ ପୋଖରୀରେ ଗାଧୋଉଥିବା ଲୋକମାନେପିଲା ଚେଳରୀ କରିବାକୁ ଆସିଥିବା କହି ନିସ୍ତୁକ ମାଡ ମାରି ଲହୁଲୁହାଣ କରିଦେଇଥିଲେ। ଖବର ପାଇ ଟାଉନ ପୋଲିସ ଗୁରୁତର ଦିଗାମ୍ବର ଲୋହାରକୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦିଗାମ୍ବର ଲୋହାର ସ୍ଥାନୀୟ ଯୁବକ ହୋଇଥିଲେ ମଧ୍ୟ ହୁଡକୋ କଲୋନୀ ଲୋକ କିପରି ଜାଣି ପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛିି। ତେବେ ସଂପୃକ୍ତ ଯୁବକଙ୍କୁ ପିଲା ଚୋରୀ ଆଳରେ ଅନ୍ୟ କାରଣକୁ ନେଇ ମରଣାନ୍ତ୍ରକ ଆକ୍ରମଣ ହୋଇଥିବା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଯୁବକଙ୍କ ପିତା ନରୋତ୍ତମ ଲୋହାର ଟାଉନ ଥାନାରେ ଏତଲା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top