ପିଲା ଚୋରି ସନ୍ଦେହରେ ପିଟି ପିଟି ମାରିଦେଲେ ଦୃର୍ବୃତ୍ତ

କରଞ୍ଜିଆ ୦୨/୦୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ଚୋରି ସନ୍ଦେହରେ ହତ୍ୟା। ଏପରି ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କେରକେରା ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ। ଗତକାଲି ସନ୍ଧ୍ୟା ସମୟରେ ଏକ ବ୍ୟକ୍ତିଙ୍କୁ ସନ୍ଦେହ କରି ପୁଖୁରିଆ ଗ୍ରାମର କିଛି ବ୍ୟକ୍ତି ସନ୍ଦେହ କରି ନିସ୍ତୁକ ମାଡ଼ ମାରି ମାରି ୪୯ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ପାଖରେ ମାରିଦେଇଥିବା ଦେଖିବାକୁ ମିଳିଥିଲା। ଗତ କାଲି ଶୁକ୍ରବାର ସପ୍ତାହିକ ହାଟ ପୁଖୁରିଆ ଥିବାରୁ ହାଟରେ ବହୁ ଲୋକ ରୁଣ୍ଡ ହଇ ନିସ୍ତୁକ ପିଟି ଥିଲେ ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ସିଙ୍ଗଡା ଫାଣ୍ଡିଠାରୁ ମାତ୍ର ୫୦୦ ମିଟର ଦୂରରେ ଏପରି ଜଘନ୍ୟ ହତ୍ୟା କାଣ୍ଡ ଘଟିଯାଇଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ନ ଯାଇ ଚୁପ ବସିଥିବା ଘଟଣା ଅଧିକା ରହସ୍ୟମୟ କରିଛି। ବର୍ତ୍ତମାନ ପିଲା ଚୋରି ଗୁଜବ ରାଜ୍ୟ ସାରା ବ୍ୟାପି ଥିଲେ ମଧ୍ୟ ଏହାର ଭୟାଭୟ ଘଟଣା ଏଠାରେ ଦେଖିବାକୁ ମିଳିଛି। ତେବେ ଏଇ ଘଟଣାକୁ ନେଇ କରଞ୍ଜିଆ ଥାନା ପୋଲିସ ବିଭିନ୍ନ ଦିଗ ଯାଞ୍ଚ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଥାନା ଅଧିକାରୀଙ୍କଠୁ ସୂଚନା ମିଳିଛି। ଏ ନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ଜରିଆରେ ଦୃବୃତ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।

Leave a Reply

Your email address will not be published. Required fields are marked *