ରାୟଗଡା, ୨୧/ ୦୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ସହର ଆଖପାଖ ଅଞ୍ଚଳରେ ଗତ ଦୁଇଦିନ ଧରି ପିଲା ଚୋର ଖବର ବିଭିନ୍ନ ଓ୍ବାଡସ୍ବପ ଓ ଫେସବୁକ ରେ ଘୁରିବୁଲୁଛି ଏହାକୁ ନେଇ ଆଜି ଜିଲ୍ଲା ପୋଲିସ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି ଯେ ଏହା ଏକ ମିଥ୍ୟା ଗୁଜବ ଆମ ଜିଲ୍ଲା ରେ କୈଣସି ଥାନା ରେ ପିଲା ଚୋରି ନେଇ ଅଭିଯୋଗ ଆସିନାହିଁ। ଯେଉଁ ବ୍ୟକ୍ତି ଗାଁ ଲୋକେ ଧରିଜିମା ଦେଇଛନ୍ତି କଲିକତା ଅଞ୍ଚଳର ଯୁଆନ ରିଫାନ, ଛତିଶଗଡ଼ର କୁମାରୀ, ଉତ୍ତରପ୍ରଦେଶର ଶ୍ରୀଚରଣ ସେମାନେ ମାନସିକରୋଗୀ ଅଟନ୍ତି ପିଲାଚୋର ନୁହଁ। ଯେଉଁମାନେ ସୋସିଆଲ ମିଡିଆରେ କିଛି ନଜାଣି ତଥ୍ୟ ନଥାଇ ପୋଷ୍ଟ କରୁଛନ୍ତି ଦରକାର ପଡିଲେ ସେମାନଙ୍କ ନାମରେ ମାମଲା ରୁଜ୍ଜୁ କରାଯିବ। ଯଦିଓ କୈଣସି ବ୍ୟକ୍ତି ପ୍ରତି ସନ୍ଦେହ ସୃଷ୍ଟି ହେଉଛି ତୁରନ୍ତ ପୋଲିସର ସହାୟତା ନିଅନ୍ତୁ କୌଣସି ବ୍ୟକ୍ତିଙ୍କୁ ଧରି ମାରପିଟ କରନ୍ତୁ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷ ଅଧିକ୍ଷକ ପି ଆର ରାହୁଲ ଅତିରିକ୍ତ ଆରକ୍ଷ ଅଧିକ୍ଷକ ୱାଇ ଜଗନ୍ନାଥ ରାଓ ଏବଂ ରାୟଗଡା ଥାନା ଆଇ ଆଇ ସି ରବିନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।
