ପିଲା ଚୋରି ଗୁଜବକୁ ନେଇ ଅଚିହ୍ନା ପାଗଳକୁ ନିସ୍ତୁକ ମାଡ

ହରିଚନ୍ଦନପୁର, ତା ୪ ଜୁନ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବଳିପର୍ବତ ନିକଟସ୍ଥ ଚମ୍ପାନଗର ଠାରେ ଏକ ଅଚିହ୍ନା ପାଗଳକୁ ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ସୋସିଆଲ ମିଡିଆରେ ପିଲା ଚୋରିର ଗୁଜବକୁ ନେଇ ସାରା ରାଜ୍ୟର ଲୋକମାନେ ଆତଙ୍କିତ ହୋଇଯାଇଛନ୍ତି। ତାହାକୁ ନେଇ ଏବେ ଅନେକ ଗ୍ରାମରେ ଅଚିହ୍ନା ଲୋକ ଦେଖିଲେ ଲୋକମାନେ ପିଲା ଚୋର ଭାବି ମାଡ ମାରିବାକୁ ପଛାଉନାହାନ୍ତି। ଚମ୍ପାନଗର ଠାରେ ସୋମବାର ଦିନ ସକାଳ ସମୟରେ ଏକ ଅଚିହ୍ନା ପାଗଳକୁ ଦେଖି ପିଲା ଚୋର ଭାବି କିଛି ଯୁବକ ନିସ୍ତୁକ ମାଡ ମାରିଥିବାର ଜଣାପଡିଛି। ଏହି ବାବଦରେ କିଛି ବୁଦ୍ଧିଜୀବି ଦୈତାରୀ ଥାନାକୁ ଫୋନ ଯୋଗେ ଜଣାଇଥିଲେ, ତାହାକୁ ନେଇ ଦୈତାରୀ ଥାନା ଏଏସଆଇ ଚୈତନ ନାୟକ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଟିକୁ ଉଦ୍ଧାର କରି ବ୍ରହ୍ମଣୀପାଳ ଟାଟା ମେଡିକାଲରେ ଭର୍ତ୍ତି କରିଥିବାର ଜଣାପଡିଛି। ଲୋକମାନଙ୍କ କହିବା ଅନୁସାରେ ଉକ୍ତ ଲୋକଟିର ଘର ବେଲଗଡ ଅଞ୍ଚଳରେ ଓ ତାଙ୍କ ନାମ ଭାଷ୍କର। ଗତ କିଛି ଦିନ ହେବ ବଳିପର୍ବତ ଅଞ୍ଚଳରେ ବୁଲୁଥିବାର ଦେଖିବାକୁ ମିଳିଛି। ଭାଷ୍କର ସୁସ୍ଥ ହେଲେ ଦୈତାରୀ ପୋଲିସ ତାଙ୍କୁ ନିଜ ଘରେ ଛାଡିବାର ପ୍ରୟାଶ ରଖିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *