ଓଡ଼ିଶା

ପିଲାଚୋର ସନ୍ଦେହରେ ମରଣାନ୍ତକ ଆକ୍ରମଣ ଘଟଣାରେ ୭ଗିରଫ

କେନ୍ଦୁଝର, ୨ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି):କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହୁଡକୋ କଲୋନୀ ନିକଟରେ ପିଲା ଚୋର ଅଭିଯୋଗରେ ଜଣେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଟାଉନ ପୋଲିସ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶୁକ୍ରବାର ଦିନ ପୁରୁଣାବଜାର ନିକଟସ୍ଥ ହୁଡକୋ କଲୋନୀରେ ରହୁଥିବା ଦିଗମ୍ବର ଲୋହାରଙ୍କୁ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ପିଲା ଚୋର ଭାବି ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ମୁର୍ମୁଷୁ ଅବସ୍ଥାରେ ଟାଉନ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଏନେଇ କେନ୍ଦୁଝର ଟାଉନ ଥାନାରେ ଦିଗମ୍ବରଙ୍କ ବାପା ନରୋତ୍ତମ ଲୋହାର କେନ୍ଦୁଝର ଟାଉନ ଥାନାରେ ଏତଲା ଦେଇଥିବାବେଳେ ଏତଲାକୁ ଭିତ୍ତି କରି କେଶ ନଂ ୧୬୪ ତା ୧/୬/୨୦୧୮ରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ କେନ୍ଦୁଝର ସହରର ଇନ୍ଦୁକୁଳି ସାହିର ଲିକୁ ଓରଫ୍ ଅଜୟ ମୁଖୀ(୨୭), ପିଣ୍ଟୁ ଓରଫ୍ ସରୋଜ ମୁଖୀ(୨୯), ସୁନୀଲ ମୁଖୀ(୨୭), ସୁଲେଇଖମାରର ରାମିଆ ମୁଣ୍ଡା(୨୫) ଓ ଦିଲ ଓରଫ୍ ଦିଲ୍ଲୀପ କୁମାର ନାଏକ(୨୨), ଜଗତସିଂହପୁର ଜିଲ୍ଲା ଗାଲୁପଦାରୁ ଆସି କେନ୍ଦୁଝର ଇନ୍ଦୁକୁଳି ସାହିରେ ରହୁଥିବା ଲକ୍ଷ୍ମଣ ଓରଫ୍ ପ୍ରସନ୍ନ କୁମାର ଦାସ(୩୫), ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳରୁ ଆସି ଇନ୍ଦୁକୁଳି ସାହିରେ ରହୁଥିବା ଟୁଟୁ ମୁଖୀ(୨୭) ପ୍ରମୁଖ ଅଭିଯୁକ୍ତଙ୍କୁ ଟାଉନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କେନ୍ଦୁଝର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲା ଚୋରୀ ଅଭିଯୋଗ ଦିନକୁ ଦିନ ବଢି ଚାଲିଥିବାବେଳେ ପୋଲିସର କାର୍ଯ୍ୟନୁଷ୍ଠାନ ଏପରି ଘଟଣାକୁ ରୋକିବାରେ ସକ୍ଷମ ହେବ ବୋଲି ମତପ୍ରକାଶ ପାଇଛି।

(ଫଟୋ – ପ୍ରଦୀପ ମହାନ୍ତି/ ବିଭୂତି ଭୂଷଣ ପଟ୍ଟନାୟକ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top