ad
ଜିଲ୍ଲା ପରିକ୍ରମା

ପିଲାଚୋର ଭୟରେ ଆତଙ୍କିତ କଂଟାମାଳ ବ୍ଳକ, ଲୋକଙ୍କ ରାଗର ଶିକାର ହେଉଛନ୍ତି ଯଯାବର ବ୍ୟବସାୟୀ

ବୈାଦ୍ଧ, ୧୩ା୦୬(ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା): ବର୍ତମାନ କଂଟାମାଳ ଅଂଚଳରେ ପିଲାଚୋରୀ ଭୟ ଜନସାଧାରଣଙ୍କୁ ଘାରିଛି। ଶଗଡା ଦହ୍ୟା, ଖଟଖଟିଆ, ବରଗୋଛା, ବିଲାସପୁର, ଶୁଣପଙ୍ଗା, ପଲସାଗୋରା, କଂଟାମାଳ, ଘଂଟାପଡା ଓ ଖୁଂଟିଗୋରା ଯୁଆଡେ ଗଲେ ପିଲାଚୋର ଭୟରେ ଲୋକମାନେ ନିଜର ପିଲାଙ୍କୁ କବାଟ ଦେଇ ଘରେ ରଖୁଥିବା ଦେଖାଦେଇଛି। ପ୍ରତ୍ୟେକବର୍ଷ ଖରାଦିନରେ ଏହି ଅଂଚଳରେ ପିଲାଚୋର ଗୁଜବ ଉଠିଥାଏ। ଆଉ କିଛିଦିନ ପରେ ବିଦ୍ୟାଳୟ ଗୁଡିକ ଖୋଲୁଥିବାବେଳେ ପିଲାଚୋର ଗୁଜବ ଯୋଗୁଁ ଗ୍ରାମବାସୀମାନେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବା ନେଇ ସଂଶୟ ସୃଷ୍ଟି ହୋଇଛି। ପୋଲିସ ପକ୍ଷରୁ ପିଲାଚୋର ଗୁଜବକୁ ଖଣ୍ଡନ କରାଯାଉଥିବାବେଳେ ଲୋକମାନେ କିନ୍ତୁ ପୋଲିସ କଥାରେ ଭରସା କରୁନଥିବା ପ୍ରକାଶ କରୁଛନ୍ତି। କେତେକ ଗ୍ରାମରେ ଲୋକମାନେ ରାତି ସାରା ପାଳି କରି ଗ୍ରାମରେ ପହରା ଦେଉଥିବା ଜଣାଯାଇଛି। କିଛିଦିନ ତଳେ ଦହ୍ୟା ଗ୍ରାମରେ ପିଲାଚୋର ସନ୍ଦେହରେ ଜରି ଗୋଟାଳୀଙ୍କୁ ଧରି ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ପୋଲିସ ପହଂଚି ଦୁଇ ଜରି ଗୋଟାଳୀଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚୁରା ପରେ ଛାଡି ଦେଇଥିଲା। ସେହିପରି ଗତବର୍ଷ ଦୁଇଜଣ ପାଗଳଙ୍କୁ ପିଲା ଚୋର ସନ୍ଦେହରେ ଗ୍ରାମବାସୀମାନେ ଧରି ପୋଲିସର ଜିମା ଦେବାପରେ ପୋଲିସ ରାତିସାରା ସେମାନଙ୍କୁ ହାଜତରେ ରଖିଥିଲା। ପରେ ସେମାନେ ପାଗଳ ଜାଣିପାରି ପୋଲିସ ଛାଡିଦେଇଥିଲା। ତେବେ ସଂପ୍ରତି ପିଲାଚୋର ଗୁଜବ ଯୋଗୁଁ ଗାଁ ଗାଁ ବୁଲି ଛୋଟ ଛୋଟ ବ୍ୟବସାୟ କରି ପେଟ ପୋଷୁଥିବା ଲୋକମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଥିବା ଜଣାଯାଇଛି। ଗ୍ରାମବାସୀମାନଙ୍କ ଦ୍ୱାରା ଆକ୍ରମଣର ଶୀକାର ହେବା ଆଶଙ୍କାରେ ପୋଲିସ ପକ୍ଷରୁ ମଧ୍ୟ ଗ୍ରାମାଂଚଳକୁ ଯାଇ ଜିନିଷପତ୍ର ବିକ୍ରୟ ନକରିବାକୁ ସେମାନଙ୍କୁ ସତର୍କ କରାଇ ଦିଆଯାଇଥିବା ଜଣାଯାଇଛି। ପ୍ରତି ବର୍ଷ ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ଡେରା ପକାଇବାପରେ ନିକଟସ୍ଥ ଗ୍ରାମ ଗୁଡିକରେ ଜିନିଷପତ୍ର ବିକ୍ରୟ କରି ପରିବାର ପତିପୋଷଣ କରିଥାନ୍ତି। ଏବେ ପିଲାଚୋର ଗୁଜବ ପରେ ସେହିପରି ବ୍ୟବସାୟୀମାନଙ୍କୁ ଜିଲା ଛାଡି ଚାଲିଯିବାକୁ ପୋଲିସ ପକ୍ଷରୁ କୁହାଯାଇଥିବା ଜଣାଯାଇଛି। ବିଦ୍ୟାଳୟ ଖୋଲିବା ପୂର୍ବରୁ ଏହି ପିଲାଚୋରୀ ଗୁଜବର ପରିସମାପ୍ତି ନଘଟିଲେ ଅନେକ ଅଭିଭାବକ ସେମାନଙ୍କ ପିଲାକୁ ବିଦ୍ୟାଳୟକୁ ଛାଡିବାକୁ ମଧ୍ୟ ରାଜି ହେଉନଥିବା ଜଣାଯାଇଛି। ତେଣୁ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କ ମନରେ ପିଲାଚୋରୀ ଗୁଜବ ନେଇ ରହିଥିବା ଭୟ ଦୂର କରାଯିବାକୁ ସାଧାରଣରେ ମତପ୍ରକାଶ ପାଉଅଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top