ଅପରାଧ

ପିଲାଚୋର ନାମରେ ହିଂସା ମହଙ୍ଗା ପଡିଲା – ରାୟଗଡାର ୨ଗିରଫ

ରାୟଗଡା, ୩୧।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ପିଲାଚୋର ନାମରେ ହିଂସା ମହଙ୍ଗା ପଡିଛି। ଗୁଜବକୁ ନେଇ ମରଣାନ୍ତକ ଆକ୍ରମଣ କରିଥିବା ରାୟଗଡା ସହରର ଗୌରିଶଙ୍କର ନାଇଡୁ ଏବଂ କିଶୋଣ ଖିଲ ୨ଜଣଙ୍କୁ ପୁଲିସ ଗିରଫ କରିଛି। ମାମଲା ନମ୍ବର ୧୦୦ ପ୍ରକାରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ୨୧ତାରିଖ ରାତିରେ ରାୟଗଡା ସହରରେ ହଠାତ ଗୁଜବ ଗୁଞ୍ଜୁରି ଉଠିଲା। ସୋସିଆଲ ମିଡିଆରେ ତୁହାକୁ ତୁହା ଭିଡିଓ ଫଟୋ ଭାଇରଲ ହେବାରେ ଲାଗିଲା। ସହର ଉପକଣ୍ଠ ମାଙ୍କଡଝୋଲା ଗାଁରେ ରିଫାନ ନାମକ ଜଣେ ମାନସିକ ରୂପେ ଦିବ୍ୟାଙ୍ଗଙ୍କୁ ବୁଲୁଥିବା ଦେଖି ପିଲାଚୋର ସନ୍ଦେହରେ ସଙ୍ଗବଦ୍ଧ ହୋଇ ଆକ୍ରମଣ କରିଥିଲେ। ରିଫାନ ଆହତ ହୋଇ ତଳେ ପଡିବାପରେବି ଲୋକେ ମାରିଚାଲିଥିଲେ। ରାୟଗଡା ଟାଉନଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ନିକଟରେ ସୂଚନା ପହଞ୍ଚିବାପରେ ଘଟଣାସ୍ଥଳକୁ ଯାଇ ପୁଲିସ ରିଫାନକୁ ଉଦ୍ଧାର କରିଥିବାବେଳେ ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଥିଲା। ତେବେ ଏହି ଘଟଣାରେ ପୁଲିସ ନିଜ ପକ୍ଷରୁ ମାମଲା ରୁଜୁକରି ରାଣିଗୁଡା ଅଞ୍ଚଳର ଗୌରୀଶଙ୍କର ଏବଂ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ରାଜକିଶୋଣ ଦାସ ସୂଚନା ଦେଇଛନ୍ତି। ମାଡ ମରାଯାଇଥିବା ଭିଡିଓ ଓ ଫଟୋକୁ ଭିତ୍ତିକରି ଅନ୍ୟମାନଙ୍କୁ ଖୋଜା ଚାଲିଛି। ଅତିଶିଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଆକ୍ରମଣର ଶିକାର ହୋଇଥିବା ରିଫାନ ସୁସ୍ଥ ହେବାପରେ ପଶ୍ଚିମବଙ୍ଗ ପୁଲିସକୁ ହସ୍ତାନ୍ତର କାଯାଇଥିବା ଏସଡିପିଓ ଦାସ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top