ଓଡ଼ିଶା

ପିଲାଚୋର ଗୁଜବ ଥମିବାର ନାଁ ଧରୁନି

ରାୟଗଡା ୨୪/୦୫ – (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ରାୟଗଡାରେ ପିଲା ଚୋର ଘଟଣାର ଗୁଜବକୁୁ ନେଇ ରାୟଗଡାରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦୀର୍ଘ ୪ ଦିନ ଧରି ଚାଲିଥିବା ଏହି ଘଟଣାରେ ରାୟଗଡା ଜନସାଧାରଣ ତଥା ରାୟଗଡା ଜିଲ୍ଲାବାସୀଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ରାୟଗଡା ଆଖ ପାଖ ଅଂଚଳ ଗୁଡିକର ଜନସାଧାରଣ କାମଧନ୍ଦାକୁ ନ ଯାଇ ନିଜ ନିଜ ପରିବାରକୁ ରାତିଦିନ ଜଗିରହିଥିବା ଦେଖିବାକୁ ମିଳୁଛି।

ଗତ ୨୧ ତାରିଖ ଦିନ ପିଲାଚୋରି ଘଟଣାର ଗୁଜବକୁ ନେଇ ରାୟଗଡା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ପିଲା ଚୋର ଏକ ଗୁଜବ, ଏହାକୁ ବିଶ୍ୱାସ ନ କରି ଯେଉଁ ବ୍ୟକ୍ତିଙ୍କ ପ୍ରତି ସନ୍ଦେହଜାତ ହେଲେ ତାଙ୍କୁ ନିକଟସ୍ଥ ଥାନାରେ ଜିମା ଦେବାକୁ ପାଇଁ କହିଥିଲେ। ଏଥି ସହ ଆଇନ କୁ ହାତକୁ ନ ନେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଅନୁରୂପ ଭାବେ ଆନ୍ଧ୍ରପ୍ରଦେଶ ନେଲୁରୁ ଜିଲ୍ଲା ଏସ୍.ପି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଅନୁରୋଧ କରିଥିଲେ। ରାୟଗଡା ବ୍ଲକ ଅନ୍ତର୍ଗତ ଗୁମ୍ମା ଅଂଚଳର ଲୋକେ ପାଳିକରି ଦିନ ହେଉ କି ରାତି ହାତରେ ମାରଣାସ୍ତ୍ର ଧରି ଗାଁରେ ପହରା ଦେଉଛନ୍ତି। ସେମାନଙ୍କ କହିବା ଅନୁଯାୟୀ ୨ ଦିନ ତଳେ ରାତ୍ର ୧୨ ଟା ସମୟରେ ୩ ଟି ମଟର ସାଇକେଲରେ ୬ ଜଣ ଲୋକ ଆସି ଗାଁର ଏକ ଘରର କବାଟ ଠକ୍ ଠକ୍ କରିଥିଲେ। ଦୀର୍ଘ ୨ ଘଂଟା ଅପେକ୍ଷା କରି ୬ ଜଣ ସନ୍ଦିଗ୍ଧ ଫେରିଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ। ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ ଯେ ସୋସିଆଲ ମିଡିଆରେ ଘଟିଯାଇଥିବା ଭିଡିଓକୁ ଦେଖି ସେମାନଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମବାସୀ ମାନେ ଦୀର୍ଘ ୨ ଦିନ ଧରି ନିଜ ନିଜ କାମଧନ୍ଦାକୁ ନ ଯାଇ ନିଜ ନିଜ ପରିବାର ସହିତ ରହୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଗୁମ୍ମା ଅଂଚଳରେ କିଛି ଏକଜୁଟ ହୋଇ ନିଜ ନିଜ ମୋବାଇଲରେ ସୋସିଆଲ ମିଡିଆରେ ଆସୁଥିବା ଭାଇରାଲ ଭିଡିଓକୁ ଦେଖିଥିବା ନଜରକୁ ଆସିଛି। ସଂନ୍ଧ୍ୟା ସମୟରେ ଗ୍ରାମବାସୀ ମାନେ ଗାଁରେ ଗାଁର ଆଲୁଅ ଲିଭାଇ ଘର ଭିତରେ ଚାବି ପକାଇ ପିଲାମାନଙ୍କ ସହିତ ଘର ଭିତରେ ରହୁଥିବା ଜଣାପଡିଛି। ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ ଯଦି କୌଣସି ଅଚିହ୍ନ ବ୍ୟକ୍ତି ଆମ ଅଂଚଳରେ ଦେଖାଦିଅନ୍ତି ତାହା ହେଲେ ସେହି ବ୍ୟକ୍ତିକୁ ଉପ ଯୁକ୍ତ ଦଣ୍ଡ ଦେବା ପରେ ସ୍ଥାନୀୟ ପୋଲିସର ଜିମା ଦେବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ। ଗୋଟାଏ ପଟେ କହିିବାକୁ ଗଲେ ଏହି ପିଲା ଚୋରି ଘଟଣାର ଗୁଜବକୁ ନେଇ ରାୟଗଡା ଜିଲ୍ଲାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଜନସାଧାରଣଙ୍କ ମନରେ ବର୍ତମାନ ସୁଦ୍ଧା କୋକୁଆ ଭୟ ଥିବା ଦେଖାଯାଇଛି। ବର୍ତମାନ ସୁଦ୍ଧା ପିଲା ଚୋରୀ ଘଟଣା ନେଇ ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଜନସାଧାରଣଙ୍କୁ ବିଚଳିତ କରୁଥିବା ଦେଖିବାର ମିଳିଛି। ଏ ଦିଗରେ ରାୟଗଡା ଜିଲ୍ଲାବାସୀଙ୍କୁ ସଚେତନତା କରିବା ପାଇଁ ପ୍ରତ୍ୟେକ ବ୍ଲକ ଏବଂ ଗାଁ ଗୁଡିକରେ ପ୍ରଚାର ଗାଡି ମାଧ୍ୟମରେ ଲୋକଙ୍କୁ ପିଲା ଚୋରୀ ଗୁଜବ ନିମନ୍ତେ ସଚେତନ କରାଯିବ ବୋଲି ରାୟଗଡା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top