ଜିଲ୍ଲା ପରିକ୍ରମା

ପିମ୍ପୁଡିଆ ପଞ୍ଚାୟତରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁର-୧୦/୮(ଓଡିଆ ପୁଅ/ଏ.ରାଉତ) ପିମ୍ପୁଡିଆ ପଞ୍ଚାୟତରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବୃକ୍ଷରୋପଣ କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିକଟରେ ଖନନ କରାଯାଇଥିବା ଅର୍ଜୁନଝର ପୋଖରୀ କୂଳରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ଶତାଧିକ ଗ୍ରାମବାସୀଙ୍କ ସହିତ ପତିତପାବନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ଏହି ବୃକ୍ଷରୋପଣ କରିଥିଲେ । ଏହା ପରେ ନୁଆଢିଅ ଗ୍ରାମରେ ଥିବା ଶିବ ମନ୍ଦିର ପରିସରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ଶିବଶକ୍ତି କମ୍ୟୁନିଟି ସେଣ୍ଟରର ଶିଳାନୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଧାୟକ ଏହାର ଶିଳାନ୍ୟାସ କରିଥିଲେ । ଏହା ପରେ ଶିବ ମନ୍ଦିର ପରିସରରେ ଶତାଧିକ ବୃକ୍ଷରୋପଣ ହୋଇଥିଲା । ବିଜୁ ଯୁବ ବାହିନୀର ସଦସ୍ୟମାନେ ଏହି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମନୋରମା ନାୟକ, ସମିତିସଭ୍ୟ ଜାନକୀ ମହନ୍ତ, ନାୟବ ସରପଞ୍ଚ ଧର୍ମେନ୍ଦ୍ର ମୁଣ୍ଡା, ଫ୍ୱାର୍ଡସଭ୍ୟ କେଶବ ନାୟକ, ଚନ୍ଦ୍ରମଣି ବାରିକ, ଭୋଳାନାଥ ନାୟକ, ବସନ୍ତ ନାୟକ, ବିମ୍ବାଧର ନାୟକ, ଭରତ ନାୟକ, ବିଜୟ ବେହେରାଙ୍କ ସହିତ ମହାଲକ୍ଷ୍ମୀ ଯୁବକ ସଂଘର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆମ୍ବ, ନିମ୍ବ, କଦମ୍ବ, ଚମ୍ପା, ଆକାଶି, ଡାଳିମ୍ବ ପ୍ରଭୃତି ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିଲା । ଅପରପକ୍ଷେ ଚଳିତ ବର୍ଷ ପିମ୍ପୁଡିଆ ପଞ୍ଚାୟତରେ ୨ ହଜାରରୁ ଉଦ୍ଧ୍ୱର୍ ବୃକ୍ଷରୋପଣ କରାଯିବାକୁ ସ୍ଥିର ହୋଇଥିବା ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top