ପିପିଳିଆ ଲ୍ୟାମ୍ପ ରୁ ସାର ନପାଇ ଫେରିଲେ ଚାଷୀ

ଢେଙ୍କିକୋଟ, ତା୦୩/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) କୃଷି ଓ କୃଷକ ର ଉନ୍ନତି ପାଇଁ ସରକାର କୃଷିକ୍ଷେତ୍ରର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନଦେଇ ଅଧିକରୁ ଅଧିକ ଅର୍ଥବରାଦ କରାଯାଉଥିବା ବେଳେ କୃଷି ବିଭାଗର ବେପାରୁଆ ନୀତି ଯୋଗୁଁ ଚାଷୀକୂଳ ସଙ୍କଟର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ପାଇଁ ଦରକାର ପଡ଼ୁଥିବା ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ବୃହଦାକାର ବହୁମୁଖୀ ସମବାୟ ସମିତି ଚାଷୀଙ୍କ ଚାଷ ପାଇଁ ୟୁରିଆ ସାର ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ରେ ଥିବା ବିଭିନ୍ନ ଲ୍ୟାମ୍ପସ ଶାଖାଗୁଡ଼ିକରେ ୟୁରିଆ ସାର ମିଳୁ ନଥିବାରୁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ଘଟଗାଁ ବ୍ଲକ ପିପିଳିଆ ଲ୍ୟାମ୍ପ ରେ ସାର ମିଳି ନଥିବାରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ଆଜି ପୂର୍ବାହ୍ନ ସମୟରେ ପିପିଳିଆ ଅଞ୍ଚଳର ଦୋଳ ଗୋବିନ୍ଦ ମହାପାତ୍ର, ମିଥୁନ ମହାନ୍ତ, ତରଣି ସେନ ମହାପାତ୍ର, ରବିନ୍ଦ୍ର ନାଥ ନାୟକ, ଅମିନ କୁଣ୍ଡଳିଆ, ପଦିଆ ମହାନ୍ତ, ମୋହନ ପଲେଇ, ଅର୍ଜୁନ ମହାନ୍ତ, ପ୍ରହଲ୍ଲାଦ ମହାନ୍ତ, ନରହରି ନାଏକ, ପ୍ରକାଶ ମହାନ୍ତ, ବାବୁଲା ବାରିକ, ଧନେଶ୍ଵର ମହାନ୍ତ, ପ୍ରଭାକର ମହାନ୍ତ ପ୍ରମୁଖ ଶତାଧିକ ଚାଷୀ ସାର ନପାଇ ନିରାଶ ହୋଇ ଫେରିଯାଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *