ପିପିଲି ୧-୧-୧୮ (ଓଡ଼ିଆ ପୁଅ) ସତ୍ୟ ସନାତନ ବୈଦିକଧର୍ମ ପ୍ରଚାର ପ୍ରସାର ସୁରକ୍ଷା ସମିତି ପକ୍ଷରୁ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦୁୁପୁର ଗ୍ରାମରେ ସପ୍ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମକି ମହୋତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅନୁଷ୍ଠାନର ସଂପାଦକ ପଣ୍ଡିତ ନାରୟଣ ଦାଶଶର୍ମା ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବାଣୀଭୂଷଣ ପ୍ରଫେସର ନିରଂଜନ ବ୍ରହ୍ମା ଯୋଗ ଦେଇ କହିଥିଲେ ଯେ ମଣିଷ ମଧ୍ୟରେ ଆଧ୍ୟାତ୍ମିକ ଭାବ ରହିଲେ ହିଁ ସମାଜରେ ଶାନ୍ତି ଓ ସଦଭାବ ଆସିପାରିବ। ମୁଖ୍ୟବକ୍ତା ଭାବେ ବୈଦିକ ବାଚସ୍ପତି ଦିବାକର ମହାପାତ୍ର କହିଲେ ଯେ ଆଧ୍ୟତ୍ମିକ ଓ ଧର୍ମ ଉପରେ ଗଭୀର ବିଶ୍ୱାସ ହିଁ ମଣିଷ ସମାଜକୁ ବିକଶିତ କରିପାରିବ। ଏଥିରେ ବୈଦିକ ଧର୍ମାତ୍ମାମାନଙ୍କର ପ୍ରମୁଖ ଭୂମିକା ରହିଛି। ସେ ପିପିଲି ଅଂଚଳରେ ଏକ ବୈଦ ଶିକ୍ଷାନୁଷ୍ଠାନ ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଣ୍ଡିତ ବୃନ୍ଦାବନ ମିଶ୍ର, ନିରଂଜନ ଖାଡଙ୍ଗା ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ। ପୁରୀ ପାପୁଡିଆ ମଠର ବେଦପାଠୀମାନଙ୍କ ସହ ଶତାଧିକ ବ୍ରାହ୍ମଣ ବେଦପାଠ କରିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆନୁଷ୍ଠାନିକ ଭାବେ ଘନଶ୍ୟାମ ମିଶ୍ର କର୍ତାଭାବେ ରହି ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ରୁଦ୍ରାଭିଷେକ, ଶ୍ରୀ ଶ୍ରୀ ସପ୍ତଶତୀ ପାଠ ଓ ଶ୍ରୀମଦ ଭାଗବତ ଗୀତା ପାଠ, ହନୁମାନ ଚାଳିଶା ପାଠ ଓ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା। କର୍ମକାଣ୍ଡ ଜ୍ଞାନର ପ୍ରଚାର ପ୍ରସାର ପାଇଁ ଅତିଥିମାନେ ବୈରାଗୀ ଚରଣ ଶତପଥୀ, ଗୋପକୃଷ୍ଣ ମିଶ୍ର ଓ ଲି୍ଙ୍ଗରାଡ ନନ୍ଦଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ସୁରେଶ ମିଶ୍ର, ଶରତ ଚନ୍ଦ୍ର ଦାଶ, ସୁଦର୍ଶନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଡକ୍ଟର ତପନ କୁମାର ଦାଶ, ସମାଜସେବୀ ଶ୍ରୀ ଅଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।
