ଓଡ଼ିଶା

ପିତୃ ହତ୍ୟାକାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୧୦/୦୮ – ରାୟଗଡା ଜିଲ୍ଲା ଜିଲ୍ଲା ଦୌରା ବିଶ୍ୱଜିତ ଦାସ ଏକ ମାମଲାର ଶୁଣାଣି କରି ଅଭିଯୁକ୍ତ ରୁମିଲାଲ ନାୟକ (୩୦) ଙ୍କୁ ୩୦୪(୨) ପ୍ରକାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କାଶିପୁର ବ୍ଲକ ଅନ୍ତର୍ଗତ ବଡଚେକଣା ଗ୍ରାମର ଧନିକା ନାୟକ ଏବଂ ବନମାଳି ନାୟକ ନିଜ ସାନ ପୁଅ ରଂଜିତ ନାୟକର ବାହାଘର ନେଇ ଆଲୋଚନା କରୁଥିଲେ । ଏହି ସମୟରେ ବନମାଳି ନାୟକଙ୍କ ବଡପୁଅ ରୁମିଲାଲ ନାୟକ ଆସି ସାନଭାଇ ରଂଜିତ ନାୟକକୁ ମୋଟର ସାଇକେଲ ଚାବି ମାଗିଥିଲେ । ମଟର ସାଇକେଲ ଚାବି ଦେବାପାଇଁ ରଂଜିତ ମନା କରିଦେବାରୁ ରୁମିଲାଲ ଉତ କ୍ଷିପ୍ତ ହୋଇ ଘର ଭିତରକୁ ଯାଇ ଏକ ଛୁରୀ ଆଣି ସାନ ଭାଇକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା । ରଂଜିତ ପ୍ରାଣଭୟରେ ବାହାରକୁ ଦୌଡି ପଳାଇ ଲୁଚି ଯାଇଥିଲେ । ଏ ନେଇ ବାପା ବନମାଳି ନାୟକ କାହିଁକି ଛୁରୀ ଧରି ସାନ ଭାଇକୁ ଆକ୍ରମଣ କରିବା ପାଇଁ ଯାଇଥିଲୁ ବୋଲି ପଚାରିଥିଲେ । ଏଥିରେ ଉତ୍ କ୍ଷିପ୍ତ ହୋଇ ରୁମିଲାଲ ନାୟକ ବାପା ବନମାଳି ନାୟକଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ସଙ୍ଗେ ସଙ୍ଗେ ରୁମିଲାଲ ନାୟୟକୁ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା, ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୁମିଲାଲଙ୍କ ଦେହାନ୍ତ ହୋଇଯାଇଥିଲା । ଏ ନେଇ କାଶିପୁର ଥାନାରେ ୫୨/୧୬ ପ୍ରକାରେ ଏକ ମାମଲା ରୁଜୁ ହୋଇ ରୁମିଲାଲ ଗୁ ଗିରଫ କରାଯାଇଥିଲା । ପୋଲିସ ତରଫରୁ ତଦନ୍ତ କାରି ଅଧିକାରୀ ଭାବେ ପ୍ରସନ୍ନ ମିଶ୍ର ଘଟଣାର ତଦନ୍ତ କରୁଥିଲେ । ଏହି ମାମଲାର ୧୨ଜଣ ସାକ୍ଷୀ ପ୍ରମାଣକୁ ଭିତି କରି ମାନ୍ୟବର ଜିଲ୍ଲା ଦୌରାଜର୍ଜ ବିଶ୍ୱଜିତ ଦାସ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରି ଓକିଲ ଅଜିତ ପଟନାୟକ ମାମଲାଟିକୁ ଲଢୁ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top