ପିତା ମାତାଙ୍କ ସ୍ୱପ୍ନ ସାକାର କଲେ ଶୁଭଶ୍ରୀ ନାୟକ

ଖଇରା/ବାଲେଶ୍ୱର, ୬/୧ (ଓଡିଆ ପୁଅ /ନରେନ୍ଦ୍ର ପ୍ରସାଦ ବେହେରା) – ଖଇରା ବ୍ଲକ କୋଚିଆକୋଇଲି ଗ୍ରାମରେ ରତ୍ନାକର ନାୟକ ଓ ସୁବର୍ଣ୍ଣନାଙ୍କ ଜ୍ୟୋଷ୍ଠା କନ୍ୟା ଶୁଭଶ୍ରୀ ଖଇରା ଅଞ୍ଚଳର ଗୌରବ। ଜଣେ ମଧ୍ୟବିତ ପରିବାରେ ଜନ୍ମ ଗ୍ରହଣ କରି ସେ ନିଜର ପରିଶ୍ରମ ଓ ଚେଷ୍ଠା ବଳରେ ନିଜର ଲକ୍ଷ ଧାର୍ଯ୍ୟକରି କଟକ ଏସିବି ମେଡିକାଲ କଲେଜରେ ଏମ୍ବିବିଏସ୍ କରିବା ପାଇଁ ସକ୍ଷମ ହୋଇ ପାରିଛନ୍ତି। ତାଙ୍କୁ ନେଇ ଅଜି ଖଇରା ଅଞ୍ଚଳ ଗର୍ବୀତ ମନେ କରିବା ସହିତ ପ୍ରତିଭା ପରିବାର ଦ୍ୱାରା ଡାକ୍ତରୀ ଛାତ୍ରୀ ପ୍ରତିଭା ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି। ଶୁଭଶ୍ରୀ ସମ୍ବର୍ଦ୍ଧିତ ହୋଇ ନିଜକୁ ଗୌରବାନିତ୍ୱ ମନେ କରୁଛନ୍ତି ବୋଲି ପ୍ରକାଶ କରି କହିଛନ୍ତି ତାଙ୍କ ସଫଳତା ପଛରେ ତାଙ୍କ ମା ବାପା ଓ ଶିକ୍ଷକଙ୍କର ହାତ ରହିଛି। ସେ ଡାକ୍ତର ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ସେମାନଙ୍କ ସେବା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି ସେ କହିଛନ୍ତି। ପିଲା ଦିନୁ ସେ ଜଣେ ମେଧାବି ଛାତ୍ରୀ ରହିଆସି ଥିଲେ। ସେଥି ପାଇଁ ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *