ଓଡ଼ିଶା

ପିଡିଏସ ଚାଉଳ ଜବତ ଘଟଣା ; ସରପଂଚ ଦମ୍ପତି ଓ ଗାଡି ଡ୍ରାଇଭରଙ୍କ ବିରୁଦ୍ଧରେ ମାମଲା ରୁଜୁ

କୋରାପୁଟ ୨୭-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏ.ମାଲକାନଗିରି ପଂଚାୟତରୁ ପିଡିଏସ୍ ଚାଉଳ ଚୋରା ଚାଲାଣ ଅଭିଯୋଗରେ ସରପଂଚ ନିୟତି ଗିରେମ୍, ସ୍ୱାମୀ ବାସୁଦେବ କୁଳଦୀପ ଓ ଚାଉଳ ଚୋରା ଚାଲାଣରେ ବ୍ୟବହୃତ ଗାଡି ଡ୍ରାଇଭର ନୀଲୁ ପାଣିଗ୍ରାହିଙ୍କ ବିରୁଦ୍ଧରେ ସଦର ପୋଲିସ ଏକ ମାମଲା ରୁଜୁ କରିଛି। ଦଶମନ୍ତପୁର ବ୍ଲକ ଯୋଗାଣ ନିରୀକ୍ଷକ ପ୍ରବାସ ରଂଜନ ଶତପତିଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ୩୭୯, ୧୨୦(ବି), ୩୪ ଓ ଅତ୍ୟାବଶ୍ୟକ ସାମଗ୍ରୀ ଧାରା ୭ ଅନୁଯାୟୀ ଏକ ମାମଲା(କେଶ୍ ନଂ-୬୧/୨୦୧୮) ରୁଜୁ କରି ତଦନ୍ତ କରା ଯାଉଥିବାବେଳେ ସମସ୍ତ ଅଭିଯୁକ୍ତ ଫେରାର୍ ଥିବା ତଦନ୍ତକାରୀ ଅଧିକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି। ସୂଚନା ଥାଉକି, ଏ.ମାଲକାନଗିରି ପଂଚାୟତର ସରପଂଚଙ୍କ ସ୍ୱାମୀ ବାସୁଦେବ କୁଳଦୀପ ରବିବାର ରାତିରେ ନିଜ ସ୍ୱିପ୍ଟ ଡିଜର କାର ଓଡି୧୦ସି ୯୯୦୯ରେ ୨ବସ୍ତା ଓ ଅନ୍ୟ ଏକ ମେକ୍ସ୍ ପିକଅପ୍ ଭେନ୍ ଓଡି-୧୦ଏ ୦୯୯୪ରେ ୪୬ବସ୍ତା ମୋଟ ୪୮ ବସ୍ତା ଟଙ୍କିକିଆ ଚାଉଳ ନେଇ କୋରାପୁଟ ଯିବାବେଲେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ। କୌଣସି ଉପାୟ ନପାଇ ବାସୁଦେବ ଚାଉଳ ସବୁ ଗାଁରେ ଥିବା ସ୍କୁଲର ପୁରୁଣା କୋଠା ବାରଣ୍ଡାରେ ପକାଇ ଦେଇଥିଲେ। ଗ୍ରାମବାସୀ ସଦର ଥାନାକୁ ସୂଚନା ଦେବା ପରେ ପୋଲିସ ଓ ଯୋଗାଣ ବିଭାଗ ଘଟଣା ସ୍ଥଳରେ ପହଂଚି ଚାଉଳ ଜବତ କରିଥିଲେ। ଗ୍ରାମବାସୀଙ୍କ କହିବା ମୂତାବକ ପଂଚାୟତର ଅନେକ ହିତାଧିକାରୀ ଠିକ ଭାବେ ଟଙ୍କିକିଆ ଚାଉଳ ପାଇ ପାରୁ ନାହାନ୍ତି, ଶହ ଶହ ହିତାଧିକାରୀ ଶନିବାର ଚାଉଳ ନିମନ୍ତେ ପଂଚାୟତକୁ ଯାଇ ଖାଲି ହାତରେ ଫେରୁଥିଲେ। ଗରିବ ଲୋକଙ୍କ ପାଇଁ ସରକାର ଚାଉଳ ଦେଉଥିବାବେଳେ ସରପଂଚଙ୍କ ସ୍ୱାମୀ କ୍ଷମତାର ଅପବ୍ୟବହାର କରି ଗରିବଙ୍କ ଚାଉଳ ହଡପ କରିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି, ତେଣୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ଅନ୍ୟ ପକ୍ଷରେ ଗତ ୭-୮ମାସ ହେବ ସରପଂଚଙ୍କ ସ୍ୱାମୀ ପଂଚାୟତ ଅଫିସ ଓ ଚାଉଳ ଗୋଦାମ ଗୃହର ଚାବି ନିଜେ ଜବରଦସ୍ତ ରଖି ସେମାନଙ୍କୁ ଭୟଭୀତ କରି ରଖିଥିବା ପଂଚାୟତ ନିର୍ବାହି ଅଧିକାରୀ ବାସୁଦେବ ମିଶ୍ର ଓ ଗ୍ରାମ ରୋଜଗାର ସେବକ ବହୁ ପୂର୍ବରୁ ଦଶମନ୍ତପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ତଥାପି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା, ଯାହା ଫଳରେ ଆଜି ଏଭଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜିଲା ପଂଚାୟତ ନିର୍ବାହି ଅଧିକାରୀ ସଂଘ ଅଭିଯୋଗ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top