କେନ୍ଦୁଝର

ପିଡ଼ିଏସ ସାମଗ୍ରୀ ବକେୟା ଚାଉଳ ବଣ୍ଟନ ଦାବିକୁ ନେଇ ରାଜନଗର ପଞ୍ଚାୟତରେ ଉତ୍ତେଜନା

ତୁରୁମୁଙ୍ଗା୧୨/୬(ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରେ ପିଡ଼ିଏସ ଚାଉଳ ବଣ୍ଟନ କୁ ନେଇ ଆଜି କିଛି ସମୟ ପାଇଁ ଉତେଜନା ଅଭିଯୋଗ ଅନୁଯାଇ ୧୭୫ ଜଣ ହିତାଧିକାରୀ ମାନେ ଅପ୍ରେଲ ମାସର ଚାଉଳ ପାଇନଥିଲେ ଆଜି ପଞ୍ଚାୟତ ତରଫରୁ ଜୁନ ଏବଂ ଜୁଲାଇ ମାସ ର ଚାଉଳ ବଣ୍ଟନ ହେଉଥିବା ବେଳେ ପୂର୍ବ ମାସର ଚାଉଳ ନ ଦେଲେ ଚାଉଳ ନେବୁ ନାହିଁ କହି ଜିଦ ଧରି ବସିବା ସହିତ ଚାଉଳ ବଣ୍ଟନ କୁ ବନ୍ଦ କରିଦେଇଥିଲେ ଫୋଳରେ କିଛି ସମୟ ଚାପା ଉତ୍ତେଜନା ଦେଖାଦେଇଥିଲା ସୂଚନା ମୁତାବକ ରାଜନଗର ପଞ୍ଚାୟତ ର ନୂଆଗାଁ ନୂଆଖମଣ ହିତାଧିକାରୀ ମାନେ ଗତ ଅପ୍ରେଲ ମାସ ର ଚାଉଳ ପାଇନଥିଲେ ବକେୟା ଚାଉଳ କୁ ନଦେଇ ପଞ୍ଚାୟତ ତରଫରୁ ଦୁଇ ମାସ ର ଚାଉଳ ବଣ୍ଟନ କରାଯାଉଥିଲା ଏହାକୁ ହିତାଧିକାରୀ ବିରୋଧ କରି ପଞ୍ଚାୟତ ସମୁଖରେ ହୋ ହାଲା କରିବା ସହିତ ପଞ୍ଚାୟତ ଅଫିସ ଘେରାଉ କରିଥିଲେ ଖବର ପାଇ ପାଟଣା ଖାଦ୍ୟ ଯୋଗାଣ ନିରୀକ୍ଷକ ବିଦ୍ୟୁତଲତା ନାଏକ ସରପଞ୍ଚ ସରସ୍ୱତୀ ନାଏକ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରାଇଥିଲେ କିନ୍ତୁ ହିତଧିକାରୀ ମାନେ ଜିଦ ରେ ଅଟଳ ଥିଲେ। ପରେ ଖାଦ୍ୟଯୋଗଣ ନିରୀକ୍ଷକ ବିଦ୍ୟୁତଳତା ନାଏକ ଅନଲାଇନ କାରବାର ଯୋଗୁ ସରକାର ଙ୍କ ତରଫରୁ ଅପ୍ରେଲ ମାସର ୪୫ କୁଇଣ୍ଟାଲ ୪ କେଜି ଚାଉଳ ଆସିନଥିବାରୁ ଏ ପରି ଅସୁବିଧା ହୋଇଛି ଚାଉଳ ଆସିଲେ ସମସ୍ତଙ୍କୁ ଅପ୍ରେଲ ମାସ ର ବକେୟା ଥିବା ଚାଉଳ ଦିଆଯିବ କହିବା ପରେ ହିତାଧିକାରୀମାନେ ଧାରଣା ରୁ ଉଠିଥିଲେ ଏହା ପରେ ଚାଉଳ ବଣ୍ଟନ ସ୍ବଭାବିକ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top